www.samajalive.in
Friday, December 12, 2025
26.1 C
Bhubaneswar

ବିଜେପି ନେତାଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଅକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ

ଫେସବୁକ୍ କର୍ତ୍ତୃପକ୍ଷ ବିଜେପି ନେତା ରାଜା ସିଂହଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଘୃଣା ଓ ବିଦ୍ଵେଷକୁ ଉସୁକାଇବା ଅଭିଯୋଗରେ ଫେସବୁକ୍ ଏପରି ପଦକ୍ଷେପ ନେଇଛି । ଫେସବୁକ୍ ପକ୍ଷରୁ କୁହାଯାଇଛି ଯେ ହିଂସା ଓ ଘୃଣାକୁ ପ୍ରୋତ୍ସାହିତ କରିବା ଲୋକଙ୍କ ବିରୋଧରେ ଆମର ନୀତିକୁ ଉଲ୍ଲଙ୍ଘନ କରାଯାଇଥିବାରୁ ରାଜା ସିଂହଙ୍କ ଫେସବୁକ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଫେସବୁକ୍ ଅନୁସାରେ ଏହିପରି ଉଲ୍ଲଙ୍ଘନ କରୁଥିବା ଲୋକଙ୍କର ମୂଲ୍ୟାଙ୍କନ ପ୍ରକ୍ରିୟା ଅତ୍ୟନ୍ତ ବ୍ୟାପକ ଓ ଏହି କାରଣରୁ ତାଙ୍କର ଆକାଉଣ୍ଟ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ ବିଜେପି ନେତା ଟି. ରାଜା ସିଂହ ଏଥିପାଇଁ ଫେସବୁକ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଏବେ ମୋତେ ଜଣାପଡ଼ିଲାଯେ ମୋର କିଛି ସମର୍ଥକ ଓ କାର୍ଯ୍ୟକର୍ତା ଫେସବୁକରେ ମୋ ନାଁରେ ଆକାଉଣ୍ଟ ଖୋଲିଥିଲେ । ତେଣୁ ତାକୁ ବନ୍ଦ କରିଦିଆଯାଇଥିବା ଯୋଗୁଁ ଫେସବୁକ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଉଛି । ମାତ୍ର ମୁଁ ଏ କଥା ମଧ୍ୟ କହିବାକୁ ଚାହିଁବି ଯେ ଉତ୍ତେଜନାମୂଳକ ଭାଷଣ କେବଳ ରାଜା ସିଂହ ଦେଉଛନ୍ତି ବୋଲି ଫେସବୁକ୍ କର୍ତ୍ତୃପକ୍ଷ ଯାହା କହୁଛନ୍ତି ତାହା ଠିକ୍ ନୁହେଁ । ଏପରି ଅନେକ ରାଜନୈତିକ ଦଳ ଅଛନ୍ତି ଯେଉଁମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ବିଚାର କରାଯିବାର ଆବଶ୍ୟକତା ରହିଛି । କଂଗ୍ରେସର ବହୁ ଲୋକ ମଧ୍ୟ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଛନ୍ତି ।  ଟ୍ବିଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମଧ୍ୟ ଅନେକ ଅଶାଳୀନ କଥା କୁହାଯାଉଛି । ତାହା କ’ଣ ଉତ୍ତେଜନାପୂର୍ଣ୍ଣ ନୁହେଁ ? ତେଣୁ ଫେସବୁକ୍ କଂଗ୍ରେସ ଏଆଇଏମ୍ ଆଦି ଦଳ ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରୁ । ସେମାନଙ୍କର ଆକାଉଣ୍ଟ ମଧ୍ୟ ବନ୍ଦ କରାଯାଉ । ଫେସବୁକର ନିୟମ ପାଳନ କରି ସୋସିଆଲ ମିଡ଼ିଆ ବ୍ୟବହାର କରିବାକୁ ଚାହୁଁଛି ବୋଲି ରାଜା ସିଂହ କହିଛନ୍ତି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories