www.samajalive.in
Thursday, December 11, 2025
23.1 C
Bhubaneswar

ରାମେଶ୍ୱର ଘାଇ ମନୁଷ୍ୟକୃତ : ପିସିସି ପ୍ରତିନିଧିଦଳ

ଭୁବନେଶ୍ୱର : ଓଡ଼ିଶାରେ ଚଳିତ ମାସରେ ସୃଷ୍ଟି ହୋଇଥିବା ବନ୍ୟାରେ ପ୍ରଭାବିତ ୨୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଯାଜପୁର ଜିଲ୍ଲାକୁ ପ୍ରଦେଶ କଂଗ୍ରେସ କମିଟିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଗୁରୁବାର ଗ୍ରସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ଜ୍ଞାନଦେବ ବେଉରା,ଚିନ୍ମୟ ସୁନ୍ଦର ଦାସ, ଯାଜପୁର ଜିଲ୍ଲା ସଭାପତି ମନୋଜ କୁମାର ରାଉତଙ୍କ ସହିତ ନାରୀନେତ୍ରୀ ସ୍ମୃତିରେଖ ପହୀ, ବନ୍ଦିତା ପରିଡ଼ା, ସନ୍ତୋଷ ନନ୍ଦ, ପୂର୍ବତନ ସାଂସଦ ଅଂଚଳ ଦାସ, ଶ୍ରୀନାଥ ମିଶ୍ର, କିଷାନ ପଣ୍ଡା, ସଞ୍ଜିବ ମହାନ୍ତି, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ଆଲୋକ ବେହେରା, ଦୀପକ ମହାପାତ୍ର ଆଦି ନେତାମାନେ ଯାଜପୁର ଜିଲ୍ଲାର,କୋତପୁର ପଞ୍ଚାୟତର ରାମେଶ୍ୱର, ଦଶରଥପୁର ବ୍ଲକର ବୈତିରଣୀ ଓ ବ୍ରହ୍ମଣୀ ନଦୀର ଉପନଦୀ କାଣିକେଲୁଅ ନଦୀରେ ସୃଷ୍ଟିହୋଇଥିବା ଘାଇ ଅଂଚଳ ପରିଦର୍ଶନ କରିଥିଲେ।

- Advertisement -

ରାମେଶ୍ୱର ଘାଇର ନଦୀବନ୍ଧର ସ୍ଥିତି ପରିଦର୍ଶନ ବେଳେ ଯେତିକି ପାଣି ନଈରେ ପ୍ରବାହିତ ହୋଇଛି ସେଥିରେ ଘାଇ ହେବାର ପ୍ରଶ୍ନ ଉଠୁନି ବୋଲି ପ୍ରତିନିଧି ମଣ୍ଡଳୀ ହୃଦୟଙ୍ଗମ କରିଥିଲେ। ଏହି ସୁଦୃଢ଼ ରାସ୍ତାକୁ ଡିନାମାଇଟ ଜରିଆରେ ବିସ୍ଫୋରଣ କରି ଉଡାଇ ଦେଇଥିବା ଅଂଚଳବାସୀ ପ୍ରତିନିଧି ମଣ୍ଡଳୀକୁ ଅବଗତ କରାଇଥିଲେ। ଅନେକ କ୍ଷୟକ୍ଷତି ଅଞ୍ଚଳରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଠିକ୍ ଭାବରେ ହେଉନଥିବା ଦୃଷ୍ଟିଗୋଚର ହୋଇଥିଲା। ବିଶେଷକରି ଦତପୁର ଘାଇ ଅଂଚଳରେ ରିଲିଫ କ୍ୟାମ୍ପରେ ରହୁଥିବା ଲୋକମାନଙ୍କୁ ଏବେ ସୁଦ୍ଧା କେବଳ ୬ଶହ ଗ୍ରାମ ଚୁଡ଼ା ଓ ଦୁଇ କେଜି ଚାଉଳ ଯୋଗାଯାଇଥିବା ସାଧାରଣଲୋକ ଅଭିଯୋଗ କରିଥିଲେ। ଏନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ କାନୁନଗୋ ଯାଜପୁର ଜିଲ୍ଳାପାଳଙ୍କୁ ଅବଗତ କରାଇବା ସହ ଖୁବ୍‌ଶୀଘ୍ର ବନ୍ୟାଦ୍ୱାରା ବିସ୍ତାପିତ ହୋଇଥିବା ଲୋକମାନଙ୍କୁ ୧୫ଦିନ ପାଇଁ ରନ୍ଧାଖାଦ୍ୟ, ପଶୁମାନଙ୍କ ପାଇଁ ଗୋଖାଦ ଓ ପଲିଥିନ ଦେବାପାଇଁ ପରାମର୍ଶ ଦେଇଥିଲେ।

ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନୁଷ୍ୟକୃତ ଘାଇମାନଙ୍କର ସୃଷ୍ଟିକାରୀମାନଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରିବାନେଇ ଦାବି ରଖିଥିଲେ ବରିଷ୍ଠ ବିଧାୟକ  ସୁରେଶ କୁମାର ରାଉତରାୟ ଆଗାମୀ ଦିନେ ଦୁଇଦିନ ଭିତରେ ଯାଜପୁର ଜିଲ୍ଳାର ସର୍ବାଧିକ କ୍ଷତିଗ୍ରସ୍ତ ବରୀ ଅଞ୍ଚଳକୁ ମଧ୍ୟ ପ୍ରତିନିଧି ମଣ୍ଡଳୀ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories