www.samajalive.in
Friday, December 12, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ୩୦ ଦିନ ଭିତରେ କେନ୍ଦ୍ରକୁ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟସରକାର ଅନେକ ମିଛ ରାଜ୍ୟବାସୀଙ୍କୁ କହିଛନ୍ତି। ୨୦୧୯ ମସିହାରେ ନିର୍ବାଚନ ଜିତିବା ପର ଦିନ କାଳିଆ ଅର୍ଥ ଦେବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଯୋଗ୍ୟ ଚାଷୀମାନଙ୍କୁ ଏଯାବତ୍ କାଳିଆ ଅର୍ଥ ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଉ ଏବେ ବାହାସ୍ପୋଟ ମାରିବା ପାଇଁ କାଳିଆ ପାଇଁ ଆବେଦନ ଖୋଲାଅଛି ବୋଲି କହି ପୁଣିଥରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।
ଗତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟ ସରକାର କାଳିଆ ଯୋଜନାରେ ୭୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାର ତତ୍କାଳୀନ କୃଷି ମନ୍ତ୍ରୀ ଦେଇଥିବା ପ୍ରତିଶୃତି କୁଆଡେ ଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିଥିବାବେଳେ ତାହା ବର୍ତ୍ତମାନ ଷଷ୍ଠ କିସ୍ତିରେ ୯ ଲକ୍ଷ ହିତାଧିକାରୀରେ ପହଞ୍ଚିଛି। ରାଜ୍ୟ ସରକାର କାଳିଆ ଯୋଜନାକୁ ଚଲାଇ ନପାରିବାରୁ ପିଏମ କିଷାନ ନିଧୀ ଯୋଜନାରେ କାଳିଆ ଯୋଜନାକୁ ସାମିଲ କରିଥିଲେ । ପ୍ରତି କିସ୍ତିରେ ପିଏମ କିଷାନ ନିଧୀ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।
ଓଡିଶା ଲୋକଙ୍କୁ ସରକାରୀ ମନ୍ତ୍ରୀ ଓ ନେତା ମିଥ୍ୟା କହୁଛନ୍ତି। ବାସ୍ତବରେ ରାଜ୍ୟ ସରକାର କେତେ ଜଣଙ୍କୁ କାଳିଆ ଯୋଜନାରେ ପଞ୍ଜୀକରଣ କରିଥିଲେ, ତାହା ସ୍ପଷ୍ଟ କରିବା ନିହାତି ଆବଶ୍ୟକ। ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ମିଛ କହିବା ସହ ନିରୀହ ଚାଷୀ ଭାଇଭଉଣୀଙ୍କୁ ପ୍ରତାରିତ କରିଛନ୍ତି। ଯଥା ଶୀଘ୍ର ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଘୋଷଣା ମୁତାବକ ବକେୟା ୨ଟି କିସ୍ତିର ୪ ହଜାର ଟଙ୍କା ପ୍ରଦାନ କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି।
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ବାରମ୍ବାର ଚାଷୀଙ୍କ ତାଲିକା ମାଗୁଥିବା ବେଳେ ରାଜ୍ୟ ସରକାର କାହିଁକି ତାଲିକା ନଦେଇ ଓଡିଶାର ଚାଷୀମାନଙ୍କୁ ସେମାନଙ୍କର ଅଧିକାରରୁ କାହିଁକି ବଞ୍ଚିତ କରୁଛନ୍ତି ? କେନ୍ଦ୍ର ସରକାର ଓଡିଶାର ୪୫ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅର୍ଥ ପ୍ରଦାନ କରିବାକୁ ଚାହୁଁଥିବାବେଳେ ରାଜ୍ୟ ସରକାର ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ରାଜ୍ୟସରକାର ଆଗାମୀ ୩୦ ଦିନ ଭିତରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଂଜୀକୃତ କରି ତୁରନ୍ତ କେନ୍ଦ୍ରକୁ ପ୍ରଦାନ କରିବାକୁ ଉଭୟ ଶ୍ରୀ ହରିଚନ୍ଦନ ଏବଂ ଶ୍ରୀ ପୁରୋହିତ ଦାବୀ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories