www.samajalive.in
Saturday, December 6, 2025
15.1 C
Bhubaneswar

ଆତ୍ମହତ୍ୟାର ଫେସ୍‍ବୁକ୍‍ ଲାଇଭ୍‍

ଗୁରୁଗ୍ରାମ : ହରିୟାଣା ସ୍ଥିତ ଗୁରୁଗ୍ରାମରେ ଜଣେ ଯୁବକ ଫେସ୍‍ବୁକ୍‍ରେ ନିଜ ମୃତ୍ୟୁର ଲାଇଭ ଭିଡ଼ିଓ ଦେଖାଇଛନ୍ତି। ପ୍ରଥମେ ସେ ଫେସ୍‍ବୁକ୍‍ ଲାଇଭ୍‍ ଖୋଲିଲେ ଓ ତା’ପରେ ଗଳାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାକୁ ଲାଇଭ୍‍ ଦେଖୁଥିବା ଲୋକେ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ବାସ୍ତବରେ ସେ ଆତ୍ମହତ୍ୟା କାହିଁକି କଲେ, ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
ସୂଚନା ଅନୁଯାୟୀ, ଏହି ଘଟଣା ଘଟିଛି ଗୁରୁଗ୍ରାମର ପଟୌଦି ଅଞ୍ଚଳରେ। ଯେଉଁଠି ଜଟୌଲି ଗାଁ’ର ୨୮ ବର୍ଷର ଯୁବକ ଅମିତ୍‍ ଚୌହାନ ସୋମବାର ସନ୍ଧ୍ୟାରେ ଫେସ୍‍ବୁକ୍‍ ଲାଇଭ୍‍ କରୁଥିଲେ। ଅମିତ୍‍ଙ୍କ ବହୁତ ସାଙ୍ଗ ମଧ୍ୟ ତାଙ୍କୁ ଲାଇଭ୍‍ ଦେଖୁଥିଲେ। ସେହି ସମୟରେ ସେ ଏକ ଚାଦର ସାହାଯ୍ୟରେ ଛାତରେ ଲାଗିଥିବା ପଙ୍ଖାରେ ଓହଳିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା। ଏହି ଲାଇଭ୍‍ ଭିଡ଼ିଓ ଦେଖି ତାଙ୍କର ବହୁ ସାଙ୍ଗ ଏହାକୁ ଥଟ୍ଟା ବୋଲି ଭାବିଥିଲେ। କିଛି ସାଙ୍ଗ ତାଙ୍କୁ ପରିହାସ ପୂର୍ଣ୍ଣ ମେସେଜ୍‍ ଓ ଇମୋଜି ମଧ୍ୟ ପଠାଇଥିଲେ। ହେଲେ ହଠାତ୍‍ ଅମିତ୍‍ଙ୍କର ସେହି ଲାଇଭ୍‍ ଭିଡ଼ିଓ ବନ୍ଦ ହୋଇ ଯାଇଥିଲା। କିଛି ସମୟ ପରେ ସେ ପୁଣି ଫେସ୍‍ବୁକ୍‍ ଲାଇଭ୍‍ ଆରମ୍ଭ କରିଥିଲେ। ଯେଉଁଥିରେ ସେ ଗଳାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।
ଖବର ଅନୁସାରେ, ଯେଉଁ ଲାଇଭ୍‍ ଭିଡ଼ିଓରେ ସେ ଆତ୍ମହତ୍ୟା କରିଥିଲେ, ତାହା ୧ ଘଣ୍ଟା ୬ ମିନିଟ୍‍ ର ଥିଲା। ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ମଧ୍ୟ ମୃତକଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନାହିଁ।
ସୂଚନା ଅନୁସାରେ ମୃତ ଅମିତ୍‍ ଚୌହାନ୍‍ଙ୍କ ପରିବାର ବର୍ଗ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି। ପରିବାର ବର୍ଗଙ୍କ କହିବା ଅନୁସାରେ ଅମିତ୍‍ ଗତ ୨ ବର୍ଷ ହେଲା ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ଏ ନେଇ ତାଙ୍କର ଚିକିତ୍ସା ମଧ୍ୟ ଚାଲୁ ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories