www.samajalive.in
Friday, December 12, 2025
15.1 C
Bhubaneswar

ଫେସ୍‌ବୁକକୁ ନେଇ ଭାରତରେ ରାଜନୈତିକ ବିବାଦ ମଧ୍ୟରେ ଫେସ୍‌ବୁକର ସ୍ପଷ୍ଟିକରଣ : ନିରପେକ୍ଷ ଭାବେ ହୋଇଥାଏ ନୀତି ନିର୍ଦ୍ଧାରଣ

ନୂଆଦିଲ୍ଲୀ : ଭାରତରେ ଫେସବୁକ ଓ ହ୍ୱାଟସ୍‍ ଆପ୍‍ ଭଳି ସୋସିଆଲ ମିଡିଆକୁ ବିଜେପି ଓ ଆରଏସ୍‍ଏସ୍‍ ନିୟନ୍ତ୍ରଣ କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଅଭିଯୋଗ ଉପରେ ଫେସବୁକ୍‍ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ସୋମବାର ଫେସବୁକ୍‍ର ଜଣେ ମୁଖପାତ୍ର କହିଛନ୍ତି ଯେ ଏହା କୌଣସି ପ୍ରକାର ଘୃଣ୍ୟ ବାର୍ତ୍ତା କିମ୍ବା ହିଂସା ସୃଷ୍ଟିକାରୀ ପ୍ରସଙ୍ଗକୁ ପ୍ରଚାର ପ୍ରସାର କରି ନଥାଏ। ବିଶ୍ୱବ୍ୟାପୀ ଫେସବୁକ ଗୋଟିଏ ନୀତି ଆପଣାଇଥାଏ। କୌଣସି ଦଳ ବା ପଦ ପଦବୀକୁ ଆଧାର କରି ଏହାର ଫେସବୁକ୍‍ ଏହାର ନୀତିରେ ପରିବର୍ତ୍ତନ କରି ନଥାଏ। ଫେସବୁକ ଏହାର ନୀତି ଓ ନିୟମକୁ ନିୟମିତ ସମୀକ୍ଷା କରିଥାଏ ଯଦ୍ଦ୍ୱାରା ଉକ୍ତ ସାମାଜିକ ଗଣମାଧ୍ୟମ ଦ୍ୱାରା କେହି ଯେପରି ନିଜର ହୀନ ସ୍ୱାର୍ଥ ଚରିତାର୍ଥ କରିପାରିବେ ନାହିଁ।

ୱାଲ ଷ୍ଟ୍ରିଟ୍‍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଫେସବୁକ ଏହାର ଘୃଣ୍ୟ ବାର୍ତ୍ତା ପ୍ରସାର କଟକଣାକୁ ଭାରତର ଶାସକ ଦଳ ବିଜେପି କ୍ଷେତ୍ରରେ କୋହଳ କରିଛି। ୱାଲ ଷ୍ଟ୍ରିଟ୍‍ ଜର୍ଣ୍ଣାଲର ଏହି ରିପୋର୍ଟ ପରେ ରାହୁଲ ରବିବାର କହିଥିଲେ ଭାରତରେ ଫେସବୁକ୍‍ ଓ ହ୍ୱାଟସ୍‍ ଆପ୍‍ ଭଳି ସୋସିଆଲ ମିଡିଆକୁ ବିଜେପି ଓ ଆରଏସଏସ୍‍ ନିୟନ୍ତ୍ରଣ କରୁଛନ୍ତି। ସେ କହିଥିଲେ ଯେ ଏହି ସୋସିଆଲ ମିଡିଆ ଫ୍ଲାଟଫର୍ମ ମାଧ୍ୟମରେ ବିଜେପି ଓ ଆରଏସ୍‍ଏସ୍‍ ନିଜର ଘୃଣ୍ୟ ଓ ସାମ୍ପ୍ରଦାୟିକ ବିଭାଜନକାରୀ ବାର୍ତ୍ତାକୁ ପ୍ରସାର କରୁଛନ୍ତି। ଏହା ସହିତ ବିଜେପି ଏହି ସାମାଜିକ ଗଣମାଧ୍ୟମକୁ ଉପଯୋଗ କରି ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରୁଛି। ରାହୁଲଙ୍କ ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ କଂଗ୍ରେସ ଫେସବୁକର ତଥ୍ୟକୁ ଉପଯୋଗ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଯୋଜନା କରିଥିଲା। ଏଥିପାଇଁ କେମ୍ବ୍ରିଜ ଆଲାନିଟିକା ସହିତ କଂଗ୍ରେସ ଯୋଗାଯୋଗ କରିଥିଲା। ତେବେ ୱାଲ ଷ୍ଟ୍ରିଟ୍‍ ଜର୍ଣ୍ଣାଲରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତା’ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories