ଭୁବନେଶ୍ୱର : ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ (ସିପିଆର୍ଓ) ଭାବେ କୁଶଳେନ୍ଦ୍ର କିଶୋର ଖାଡଙ୍ଗା ଦାୟିତ୍ବ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ସେ ରେଳବାଇର ମଞ୍ଚେଶ୍ବରସ୍ଥିତ ୱାର୍କଶପ୍ଠାରେ ଡେପୁଟି ଚିଫ୍ ମେକାନିକାଲ ଇଞ୍ଜିନିୟର ରହିଥିଲେ । ଶ୍ରୀ ଖାଡଙ୍ଗା ଜାପାନସ୍ଥିତ ଟୋକିଓର ୱାସେଦା ବିଶ୍ବବିଦ୍ୟାଳୟରୁ ଏମ୍. ଟେକ୍ କରିଛନ୍ତି ।
ସେ ଭାରତୀୟ ରେଳସେବା ମେକାନିକାଲ ଇଞ୍ଜିନିୟର (ଆଇଆର୍ଏସ୍ଏମ୍ଇ) କ୍ୟାଡରର ୨୦୧୦ ବ୍ୟାଚ୍ ଅଧିକାରୀ । ବିଶାଖାପାଟଣାସ୍ଥିତ ଡିଜେଲ ଲୋକୋ ସେଡ୍ଠାରେ ଶ୍ରୀ ଖାଡଙ୍ଗା ଏଡିଏମ୍ଇ ଓ ଡିଏମ୍ଇ ଭଳି ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଜାଇକା ଅଧିନରେ ମେକ୍ସଟ ସ୍କଲାରଶିପ୍ ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଟୋକିଓଠାରେ ୨ବର୍ଷିଆ ମାଷ୍ଟର୍ସ ଇନ୍ ହାଇସ୍ପିଡ୍ ରେଲ ନିମନ୍ତେ ମନୋନୀତ କରାଯାଇଛି ।ଜାପାନରୁ ଫେରିବା ପରେ ସେ ଖୋର୍ଦ୍ଧାରୋଡ ଡିଭିଜନ୍, ପୁରୀ କୋଚିଂ ଡିପୋ ଏବଂ ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଶ୍ରୀ ଖାଡଙ୍ଗାଙ୍କର ଟେକ୍ନୋଲୋଜିରେ ନୂତନତ୍ବ ଆଣିବାରେ ଏବଂ କ୍ରୀଡାରେ ବିଶେଷ ରୁଚି ରହିଛି ।



