ନକଲି ଆକାଉଣ୍ଟଧାରୀଙ୍କୁ ଧରାଇବ ଫେସ୍‍ବୁକ୍‍ର ନୂଆ ଫିଚର

0

ନୂଆଦିଲ୍ଲୀ : ନକଲି ଆକାଉଣ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ଫେସ୍‍ବୁକ୍‍ ଏକ ନୂଆ ଫିଚର ଆଣିବାକୁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି। ଏହାଦ୍ୱାରା ନକଲି ଆକାଉଣ୍ଟଧାରୀଙ୍କ ମେସେଜକୁ ସହଜରେ ଜାଣିହେବ। ମେସେଜ କରୁଥିବା ଫେସ୍‍ବୁକ୍‍ ଆକାଉଣ୍ଟଧାରୀ ନକଲି କିମ୍ବା ଅସଲି ଜାଣିହେବ। ଏହି ଫିଚର ଦ୍ୱାରା ଫେସ୍‍ବୁକ୍‍ ନକଲି ଲିଙ୍କ୍‍ସ୍‍କୁ ଚିହ୍ନଟ କରି ମିଥ୍ୟା ଖବର ଏବଂ ଗୁରଜବ ପ୍ରଚାର ଓ ପ୍ରସାର ବନ୍ଦ କରିବାକୁ ପ୍ରୟାସ କରିବ। ଅଜଣା ନମ୍ବର କିମ୍ବା ଅଜଣା ଆକାଉଣ୍ଟରୁ ଫେସ୍‍ବୁକ ମେସେଞ୍ଜରକୁ କୌଣସି ମେସେଜ ଆସବା ମାତ୍ରେ ଏହି ଫିଚ୍‍ର କାର୍ଯ୍ୟ ଆରମ୍ଭ କରିବ। ମେସେଜ ଏବଂ ମେସେଜ୍‍ ପଠାଉଥିବା ଆକାଉଣ୍ଟଧାରୀ ବିଷୟରେ ଫେସ୍‍ବୁକ୍‍ ଅଧିକରୁ ଅଧିକ ତଥ୍ୟ ପ୍ରଦାନ କରିବ। ଆକାଉଣ୍ଟ କେବେ ଖୋଲାଯାଇଥିଲା, ଆକାଉଣ୍ଟଧାରୀ କେଉଁ ଦେଶର ଏବଂ ବର୍ତ୍ତମାନ ଏହି ଆକାଉଣ୍ଟ କେଉଁ ସ୍ଥାନରେ ବ୍ୟବହାର ହେଉଛି। ଯେଉଁ ଆକାଉଣ୍ଟରୁ ମେସେଜ ଆସୁଛି ତାହା ଆପଣଙ୍କ ଫେସ୍‍ବୁକ୍‍ ପ୍ରେଣ୍ଡ ଲିଷ୍ଟରେ ଅଛି କି ନାହିଁ। କୌଣସି ଫେସ୍‍ବୁକ୍‍ ପ୍ରେଣ୍ଡ ନାମରେ ଅନ୍ୟ କୌଣସି ଆକାଉଣ୍ଟରୁ ମେସେଜ୍‍ ଆସୁଥିଲେ ବି ଏହି ଫିଚର ତାହା ସୂଚାଇ ଦେବ। ଫେସ୍‍ବୁକ୍‍ ମେସେଞ୍ଜର ଦଳ ସହ ସମ୍ପର୍କିତ ଡାଲ୍ୟା ବ୍ରାଉନି ମଦରବୋର୍ଡ ଏହି ନୂଆ ଫିଚର ସମ୍ପର୍କରେ ସୂଚନା ଦେଇଛନ୍ତି। ଏବେ ଏହି ଫିଚର ଉପରେ ପରୀକ୍ଷା ନିରୀକ୍ଷା କରାଯାଉଛି। ଅଜଣା ଆକାଉଣ୍ଟରୁ କୌଣସି ମେସେଜ ଆସିଲେ ଏହା ସେନେଇ ଅଧିକ ସୂଚନା ଦେବ। ଏଥିରୁ ଆକାଉଣ୍ଟଧାରୀ ନକଲି କି ନୁହଁ ତାହା ଜଣାପଡ଼ିବ। ମିଥ୍ୟା ଖବର ପ୍ରସାର ବନ୍ଦ କରିବାରେ ଏହି ନୂଆ ଫିଚର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ପରୀକ୍ଷା ସଫଳ ହେବା ପରେ ଏହି ନୂଆ ଫିଚର ଫେସ୍‍ବୁକ୍‍ରେ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ଚଳିତ ବର୍ଷର ପ୍ରଥମ ତିନି ମାସରେ ଫେସ୍‍ବୁକ୍‍ ପକ୍ଷରୁ ୫୮.୩ କୋଟି ନକଲି ଆକାଉଣ୍ଟକୁ ବନ୍ଦ କରାଯାଇଥିଲା। ଏହାବାଦ୍‍ ଫେସ୍‍ବୁକ୍‍ରେ ୩ରୁ ୪ ପ୍ରତିଶତ ନକଲି ଆକାଉଣ୍ଟ ଥିବା ପ୍ରକାଶ କରାଯାଇଥିଲା।
ପ୍ରକାଶ ଯେ ନିକଟରେ ହ୍ୱାଟ୍‍ସଆପ୍‍ କମ୍ପାନୀ ନିଜ ଉପଭୋକ୍ତାଙ୍କ ପାଇଁ ନୂଆ ଫିଚର ଆରମ୍ଭ କରିଛି। ଏହି ଫିଚର ସହଯୋଗରେ ଏବେ ହ୍ୱାଟ୍‍ସଆପ ବ୍ୟବହାରକାରୀ କେଉଁ ମେସେଜ ବା ବାର୍ତ୍ତା ମିଥ୍ୟା କିମ୍ବା ସତ ଜାଣିପାରିବେ। ହ୍ୱାଟ୍‍ସଆପ୍‍ ପରେ ଏବେ ଫେସ୍‍ବୁକ ମଧ୍ୟ ଏଭଳି ଫିଚର ଆଣିବାକୁ ପ୍ରୟାସ ଆରମ୍ଭ କରିଛି।

Leave A Reply