www.samajalive.in
Saturday, December 6, 2025
19.1 C
Bhubaneswar

ଖାଲି ସ୍ୱାସ୍ଥ୍ୟ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଉପକାରୀ କଲରା

କଲରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ଥିବା ପୋଷକ ତତ୍ତ୍ୱ ଗୁଣ ବିଷୟରେ ସଭିଁଙ୍କୁ ଜଣା। କଲରାରେ ଭିଟାମିନ ବି, କ୍ୟାଲସିୟମ, ଫସଫରସ ଭଳି ଗୁଣ ରହିଛି। କଲରା ଖାଇବାକୁ ଯେପରି ଉପକାରୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। କଲରାର ଫେସ ପ୍ୟାକ୍‍ ବ୍ୟବହାର କରିବା ଦ୍ୱାରା ତ୍ୱଚାର ବିଭିନ୍ନ ପ୍ରକାର ଦାଗ ଦୂର କରିଥାଏ। ତ୍ୱଚା ଉଜ୍ଜ୍ୱଳ ହୋଇଥାଏ। ଜାଣନ୍ତୁ ତ୍ୱଚା ପାଇଁ କିପରି ଏହାକୁ ବ୍ୟବହାର କରିବେ….
ନିମ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। କଲରା ଓ ନିମପତ୍ରକୁ ପେଷି ଏଥିରେ ହଳଦୀ ମିଶାଇ ଏହି ପ୍ୟାକ୍‍କୁ ୧୦ ମିନିଟ ମୁହଁରେ ଲଗାଇ ରଖନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହା ବ୍ୟବହାର କରନ୍ତୁ। ଏହି ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ହୋଇଥାଏ।
କଲରା ଓ କମଳା ଫେସ ପ୍ୟାକ୍‍ ପ୍ରସ୍ତୁତ କରିବା ପାଇଁ କଲରା ଓ କମଳା ଚୋପାକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖନ୍ତୁ ଓ ଧୋଇ ଦିଅନ୍ତୁ। ନିଜେ ଚମତ୍କାର ଅନୁଭବ କରିବେ।
ସେହିପରି କାକୁଡି ତ୍ୱଚାକୁ ଥଣ୍ଡା ରଖିବା ସହ ତ୍ୱଚାର ଚମକ ବଢାଇଥାଏ। କାକୁଡି ଓ କଲରା ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇଥାଏ। କଲରା ଓ କାକୁଡିକୁ ପେଷି ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରିପାରିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories