www.samajalive.in
Monday, December 8, 2025
14.1 C
Bhubaneswar

ଲକ୍‌ଡାଉନ୍‌ରେ ବଢ଼ିଛି ଚକ୍ଷୁଜନିତ ସମସ୍ୟା, ମୋବାଇଲ ଫୋନ୍‌ର ମାତ୍ରାଧିକ ବ୍ୟବହାର ମୁଖ୍ୟ କାରଣ: ବିଶେଷଜ୍ଞ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକ ଏବଂ ପିଲାଙ୍କ ଜୀବନଶୈଳୀରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିନେଇ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ଘରେ ବସି ମୋବାଇଲ ଏବଂ ଟିଭି ଦେଖିବାରେ ହିଁ ସମୟ ଅତିବାହିତ କରୁଥିଲେ। ଯାହା ବୟସ୍କ ଲୋକଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ଚକ୍ଷୁ ଉପରେ କୁପ୍ରଭାବ ପକାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
ଶିଶୁ ବିଷେଶଜ୍ଞ ଡା. ଅରବିନ୍ଦ ମହାନ୍ତିଙ୍କ କହିବା ଅନୁସାରେ, କରୋନା ପୂର୍ବରୁ ନିର୍ଦିଷ୍ଟ କାର୍ୟ୍ୟରେ ଛୋଟପିଲା ଏବଂ ବୟସ୍କ ଅଭ୍ୟସ୍ତ ଥିଲେ। ଲକ୍‌ଡାଉନ୍‌ ଯୋଗୁଁ ହଠାତ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। କୋଭିଡ-୧୯ ଯୋଗୁଁ ସେମାନେ ମୋବାଇଲ ଏବଂ ଟିଭି ସହିତ ଅଧିକ ସମୟ ବିତାଇଲେ। ଯାହା ଚକ୍ଷୁଜନିତ ସମସ୍ୟା ବୃଦ୍ଧି ହେବାରେ ସହାୟକ ହୋଇଛି। କୋଭିଡ-୧୯ ଯୋଗୁଁ ଦୀର୍ଘ ୭ମାସ ହେବ ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ଅଧିକାଂଶଙ୍କୁ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇଥିଲା। ଯାହା ଚକ୍ଷୁଜନିତ ସମସ୍ୟାର ଅନ୍ୟତମ ମୁଖ୍ୟ କାରଣ ପାଲଟିଛି। ଏହି ସମୟରେ ମୋଟ ୩୦ପ୍ରତିଶତ ଛାତ୍ରଛାତ୍ରୀ ଏବଂ ଛୋଟ ପିଲାଙ୍କ ଚକ୍ଷୁ ସମସ୍ୟା ବଢ଼ିଥିବା ଜଣାପଡ଼ିଛି। ଘରେ ରହି ଅଫିସ କାମ ହେଉ କିମ୍ବା ପାଠ ପଢ଼ିବା ପାଇଁ ମୋବାଇଲ ଏବଂ ଲାପଟପ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବସିବାକୁ ପଡୁଛି। ବିଦ୍ୟାଳୟ ବନ୍ଦ ଥିବାରୁ ଦିନକୁ ୩ରୁ ୪ ଘଣ୍ଟା ମୋବାଇଲ ଧରି ପିଲାମାନେ ବସୁଛନ୍ତି। ମୋବାଇଲ ଏବଂ କମ୍ପ୍ୟୁଟରକୁ ଅତି ପାଖରୁ ଦେଖୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡ଼ିଛି ବୋଲି ଡା. ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି।
ବୟସ୍କ ବ୍ୟକ୍ତିମାନେ କରୋନା ସଂକ୍ରମଣର ଶିକାର ହେବା ଭୟରେ ଘରେ ବସି ରହିଲେ। ଫଳରେ ସେମାନେ ଘରେ ରହି ମୋବାଇଲ ଏବଂ ଟିଭି ଦେଖିଲେ। ଏମିତିକି ରୋଗରେ ପଡ଼ିଥିବା ଲୋକମାନେ ମଧ୍ୟ ମୋବାଇଲ ଦେଖି ସମୟ ଅତିବାହିତ କଲେ। ଯେଉଁଥିପାଇଁ ୨୦%ରୁ ଅଧିକ ବୟସ୍କ ଲୋକଙ୍କ ଚକ୍ଷୁଜନିତ ସମସ୍ୟା ଦେଖିବାକୁ ମିଳିଛି। କରୋନା ଭୟରେ ଶିଶୁମାନେ ଯେପରି ବାହାରକୁ ନଯିବେ ସେଥିପାଇଁ ଅଭିଭାବକ ମୋବାଇଲରେ ଗେମ୍‌ ଏବଂ କାର୍ଟୁନ ଦେଖିବାକୁ ଦେଇଦେଲେ। ସେମାନେ ପୂର୍ବରୁ ଏତେ ପରିମାଣରେ ମୋବାଇଲ ପ୍ରତି ଅଭ୍ୟସ୍ତ ନଥିଲେ। ହଠାତ ମୋବାଇଲ ଘଣ୍ଟାଘଣ୍ଟା ଧରି ବ୍ୟବହାର ସେମାନଙ୍କ ପାଇଁ କାଳ ହୋଇପଡ଼ିଲା।
ମୋବାଇଲର କୁପ୍ରଭାବରୁ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର ଉପରେ କଟକଣା ଲାଗୁ କରିବାର ଆବଶ୍ୟକତା ରହିଛି। ଅନଲାଇନ କ୍ଲାସ୍‌ ସମୟରେ ଅତିକମ୍‌ରେ ମୋବାଇଲ ଏବଂ କମ୍ପ୍ୟୁଟର ଅଢ଼େଇ ଫୁଟ୍‌ରୁ ୩ଫୁଟ୍‌ ଦୂରତାରେ ରହିବା ଦରକାର। ଚକ୍ଷୁ ସମସ୍ୟା ଉପୁଜିଲେ ମସ୍ତିଷ୍କ, ବେକ ଏବଂ ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ଅନୁଭବ ହୋଇଥାଏ ବୋଲି ଡା. ଶ୍ବେତପଦ୍ମା ସ୍ବାଇଁ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories