www.samajalive.in
Saturday, December 6, 2025
14.1 C
Bhubaneswar

ଭାରତର ସବୁଠାରୁ ମହଙ୍ଗା ମିଠା, ଦାମ୍ ଶୁଣିଲେ ଉଡିବ ହୋସ୍

ନୂଆଦିଲ୍ଲୀ : ଦୀପାବଳି ପର୍ବର ଖୁସିକୁ ଦ୍ବିଗୁଣିତ କରିଥାଏ ମିଠା । ପାର୍ବଣ ସମୟରେ ଘରେ  ଘରେ ମିଠାର ଆସର ଜମିଥାଏ । ପରସ୍ପରକୁ ମିଠା ଦେଇ ସମସ୍ତେ ଶୁଭେଚ୍ଛା ଜଣାଇଥାନ୍ତି । ମିଠା ଅନେକ ପ୍ରକାର ହୋଇଥାଏ । ସାଧାରଣତଃ ମିଠା ୪୦୦-୫୦୦ ଟଙ୍କା ପ୍ରତି କେଜି ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭାରତର ସବୁଠାରୁ ମହଙ୍ଗା ମିଠା ଦାମ୍ କେତେ ?

ଭାରତର ସବୁଠାରୁ ମହଙ୍ଗା ମିଠା ନାଁ ‘ଏକ୍ଜୋଟିକା’ । ଏହି ମିଠା ନିଜ ଦାମ୍ ଓ ପ୍ରସ୍ତୁତିର ଖାସ୍ ପ୍ରକ୍ରିୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ । ଏହା କେବଳ ୟୁପିର ରାଜଧାନୀ ଲକ୍ଷ୍ନୌରେ ମିଳିଥାଏ । ଲକ୍ଷ୍ନୌର ସଦର କ୍ୟାଣ୍ଟରେ ‘ଛପନ ଭୋଗ’ ନାମକ ଏକ ଦୋକାନ ରହିଛି ଯେଉଁଠି ଏହି ମିଠା ମିଳିଥାଏ ।

- Advertisement -

ଏହି ମିଠାର ଦାମ୍ ୫୬ ହଜାର ଟଙ୍କା ପ୍ରତି କିଲୋ । ଏତେ ଦାମ୍ ସତ୍ତ୍ବେ ଏହାର ଚାହିଦା ବହୁତ ଅଧିକ । ଧନୀ ବ୍ୟକ୍ତିମାନଙ୍କର ଏହା ପ୍ରଥମ ପସନ୍ଦ । ବିଦେଶରୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହାକୁ ସାଙ୍ଗରେ ନେଇଯାଇଥାନ୍ତି । ଏହାର ଦାମ୍ ଅଧିକ ଯୋଗୁଁ ଏହାକୁ ସବୁବେଳେ ପ୍ରସ୍ତୁତ କରାଯାଏନି । ଏଥିପାଇଁ ଅର୍ଡର ଦେବାକୁ ପଡେ । ବରାଦ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଏ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories