www.samajalive.in
Sunday, December 14, 2025
18.1 C
Bhubaneswar

୧୧,୯୦୦ ଲିଟର ପୋଚ ଓ ୧୨୫୮ ଲିଟର ଦେଶୀ ମଦ ଜବତ, ୩ ଚୋରା ମଦ ବେପାରୀ ଗିରଫ

ତିଗିରିଆ : ଆଠଗଡ଼ ଅବକାରୀ ବିଭାଗ ଏବଂ ତିଗିରିଆ ପୁଲିସର ମିଳିତ ସହଯୋଗରେ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଚଢାଉ କରାଯାଇ ବ୍ୟାପକ ପୋଚ ଓ ଦେଶୀ ମଦ ଜବତ କରାଯିବା ସହିତ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।
କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ  ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତିଗିରିଆ  ଥାନା ଅନ୍ତର୍ଗତ ଭିରୁଡା (ପଣସପାଟଣା) ଓ ରେଙ୍ଗାଲି କେନାଲ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ୧୧,୯୦୦ ଲିଟର  ଗୁଡ ପୋଚ ଓ ୧୦୫୦ ଲିଟର ରନ୍ଧା ଦେଶୀ ମଦ, ଏବଂ ବିଭିନ୍ନ ମଦ ରନ୍ଧା ଉପକରଣ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ଯ ୭ ଲକ୍ଷ ଟଙ୍କା ହେବ। ସେହିପରି ପାଞ୍ଚଗାଁ ଓ ଅଚଳକୋଟ ଗ୍ରାମରେ ଚଢାଉ କରାଯାଇ ୨୦୮ ଲିଟର ଦେଶୀ ମଦ ଓ ୫.୨ ଲିଟର ବିଦେଶୀ ମଦ ଜବତ କରିବା ସହ ୩ ଜଣ ଚୋରା ମଦ ବ୍ଯବସାୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ବିଚିତ୍ରାନନ୍ଦ ସାହୁ, ଚୈତନ୍ୟ ଜେନା ଓ  ଚଞ୍ଚି ଜେନା।  ଏହି ଚଢାଉରେ  ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ,  ଆଠଗଡ଼ ଅବକାରୀ ଉପ ନିରୀକ୍ଷକ ସୌମ୍ୟ ରଂଜନ ମାଝୀ, ଓ ଅବକାରୀ ଉପ ନିରୀକ୍ଷକ ସନାତନ ବେହେରା, ସନ୍ତୋଷ ମହାରଣା, ତିଗିରିଆ ଥାନା ଏ ଏସ ଆଇ ପ୍ରଦୀପ କୁମାର ବେହେରା ପ୍ରମୁଖଙ୍କ ସହିତ ଅବକାରୀ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories