www.samajalive.in
Saturday, December 6, 2025
16.1 C
Bhubaneswar

ବିଗୁଡ଼ୁଛି ସ୍ବାସ୍ଥ୍ୟ ସ୍ଥିତି: ଗଭୀର କୋମାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହୋଇଛି । ସେ ଏବେ ଗଭୀର କୋମାରେ ଜୀବନରକ୍ଷା ପ୍ରଣାଳୀ (ଭେଣ୍ଟିଲେଟର)ରେ ଅଛନ୍ତି । ଡ଼ାକ୍ତରଖାନା ପକ୍ଷରୁ ଜାରି ମେଡ଼ିକାଲ ବୁଲେଟିନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ବୁଲେଟିନରେ କୁହାଯାଇଛି – ଶ୍ରୀ ମୁଖାର୍ଜୀ ଏବେ ଅଚେତ ଓ ଭେଣ୍ଟିଲେଟରରେ ଅଛନ୍ତି । ଫୁସଫୁସ ସଂକ୍ରମଣର ଚିକିତ୍ସା କରାଯାଉଛଇ । ତାଙ୍କର ରକ୍ତଚାପ ଓ ହୃତସ୍ପନ୍ଦନ ସ୍ଥିର ରହିଛି ।

ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଗତ ୧୦ ତାରିଖରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସେନା ହସପିଟାଲରେ ଭର୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଅପରେସନ ହୋଇଥିଲା । ଏହାପରେ ସେ କୋଭିଡ଼ ପଜିଟିଭ୍ ଥିବା ଚିହ୍ନଟ କରାଯାଇଥିଲା । ସେନା ଡ଼ାକ୍ତରଖାନାରେ ଏକ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ମାତ୍ର ଗତ ସପ୍ତାହରେ ତାଙ୍କର ଫୁସଫୁସ ସଂକ୍ରମଣ ହେବା ପରେ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇ ଯାଇଥିଲା ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories