www.samajalive.in
Monday, December 15, 2025
26.1 C
Bhubaneswar

ବାର୍ଷିକ ୮ଲକ୍ଷ ଆୟକାରୀ ଆର୍ଥିକ ପଛୁଆ ବର୍ଗ

ନୂଆଦିଲ୍ଲୀ : ବାର୍ଷିକ ୮ଲକ୍ଷ ଟଙ୍କା ରୋଜଗାର କରୁଥିବା ପରିବାର ଆର୍ଥିକ ପଛୁଆ ବର୍ଗ (ଇଡବ୍ଲ୍ୟୁଏସ୍‌) ବିବେଚିତ ହେବେ। ଏପରି ପରିବାରର ପିଲାମାନେ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ସୁବିଧା ପାଇପାରିବେ। ସେହିପରି ଯେଉଁ ପରିବାରର ୫ଏକରରୁ କମ୍ ଚାଷ ଜମି ଥିବ ସେମାନେ ମଧ୍ୟ ଇଡବ୍ଲ୍ୟୁଏସ୍‌ ସୁବିଧା ପାଇପାରିବେ। ସ୍ନାତକତ୍ତୋର ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାରେ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିବାଦ ଦେଖାଯାଇଥିବାବେଳେ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଏହି ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ସଂରକ୍ଷଣ ସୁବିଧା ସମ୍ପର୍କରେ ଜାନୁଆରୀ ୬ରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ। ସଂରକ୍ଷଣ ସୁବିଧା ବିବାଦକୁ ନେଇ ନିଟ୍ ପିଜି ନାମଲେଖା କାଉନସେଲିଂ ବିଳମ୍ବ ହୋଇଥିବାବେଳେ ଏହାକୁ ନେଇ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ଜାନୁଆରୀ ୬ରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିବା ପରେ ପିଜି କାଉନସେଲିଂ ତାରିଖ ଧାର୍ଯ୍ୟ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories