www.samajalive.in
Friday, December 12, 2025
16.1 C
Bhubaneswar

ବୌଦ୍ଧ ଜିଲ୍ଲାରୁ ରାଜ୍ୟର ପ୍ରଥମ ଇଥାନଲ୍‍ ଯୋଗାଣ ଆରମ୍ଭ 

ବୌଦ୍ଧ : ସରକାରଙ୍କ ଇଥାନଲ୍‍ ମିଶ୍ରିତ ପେଟ୍ରୋଲ୍‍ କାର୍ଯ୍ୟକ୍ରମରେ ଯୋଗଦେଇ ବୌଦ୍ଧ ଜିଲ୍ଲାର ଶିଳ୍ପାୟନ ଚେହେରା ବୌଦ୍ଧ ଡେଷ୍ଟିଲାରୀ ଆଜି ନିଜ କାରଖାନା ପରିସରରେ ନୂତନ ଭାବେ ସ୍ଥାପିତ ଦିନ ପ୍ରତି ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଶସ୍ୟ ଭିତିକ ଇଥାନଲ୍‍ ପ୍ଲାଣ୍ଟରୁ ଆଇଓସିଏଲ୍‍ ଝାରସୁଗୁଡାକୁ ଏହାର ପ୍ରଥମ ବ୍ୟାଚ୍‍ ଇଥାନଲ୍‍ ପଠାଇଛି। ପେଟ୍ରୋଲରେ ମିଶ୍ରଣ ପାଇଁ ଆଇଓସିଏଲକୁ ଇଥାନଲ୍‍ ଯୋଗାଇ କମ୍ପାନୀ ଉଭୟ ପରିବେଶ ଓ ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାରେ ରାଜ୍ୟରେ ପ୍ରଥମ। କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରେମ୍‍ କୁମାର କନୋଜିଆ, ୟୁନିଟ୍‍ ହେଡ୍‍ ସଂଜୟ ରାଠି ଓ କ୍ୱାଲିଟି ଅଧିକାରୀ ଶରତ ସିଏସ୍‍ଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଜିଲ୍ଳାରୁ ପ୍ରଥମ ଏଥାନେଲ ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମ ସପ୍ଲାଇରେ କମ୍ପାନୀ ଶୁକ୍ରବାର ଦିନ ପେଟ୍ରୋଲରେ ମିଶ୍ରଣ ପାଇଁ ୨୫ ହଜାର ଲିଟର ଏଥାନଲ୍‍ ଆଇଓସିଏଲକୁ ପଠାଇଛି। ପ୍ରାରମ୍ଭିକ ସ୍ତରରେ କମ୍ପାନୀର କାର୍ଯ୍ୟକ୍ଷମ ଥିବା ୟୁନିଟର ଉତ୍ପାଦନ କ୍ଷମତା ଦିନପ୍ରତି ୧୫ ହଜାର ଲିଟର ଥିବାବେଳେ ଆଗକୁ ଏହି ଉତ୍ପାଦନ କ୍ଷମତାକୁ ଦିନପ୍ରତି ୪୦ ହଜାର ରୁ ୬୦ ହଜାର ଲିଟରରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଛି। ଏହି ଅବସରରେ ବୌଦ୍ଧ ଡେଷ୍ଟିଲାରୀ ସିଓଓ ଶ୍ରୀ କନୋଜିଆ କହିଥିଲେ, “ଏହା ଏକ ମହତ ଉଦ୍ଦେଶ୍ୟ ଦିଗରେ ବିନମ୍ର ଆରମ୍ଭ। ସରକାରଙ୍କ ଏହି ବିପ୍ଳବାତ୍ମକ ପଦକ୍ଷେପର ଅଂଶ ହୋଇ ଆମେ ଗର୍ବିତ। ଏହା କେବଳ ଯେ କାର୍ବନ ବିକିରଣକୁ କମ୍‍ କରିବାରେ ଫଳପ୍ରଦ ହେବ ତାହା ନୁହେଁ ବରଂ ପେଟ୍ରୋଲ ଆମଦାନୀ ଖର୍ଚ୍ଚ କମ୍‍ କରି ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।”

ସୂଚନାଯୋଗ୍ୟ ଯେ, ୨୦୨୨ ସୁଧା ସରକାର ୧୦ ପ୍ରତିଶତ ଇଥାନଲ୍‍ ଅର୍ଥାତ ୪୦୦ କୋଟି ଲିଟର ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ୨୦୨୫ ସୁଧା ୨୦ ପ୍ରତିଶତ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଆରମ୍ଭରୁ ବିଡିପିଏଲ୍‍ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱଦେଇ ଆସିଛି ଏବଂ ଏହି ପଦକ୍ଷେପ ଆମ ପରିବେଶ ପ୍ରେମି ଚରିତ୍ରକୁ ଆହୁରି ସୁଦୃଢ କରିବ ବୋଲି ଏହି ଅବସରରେ ଶ୍ରୀକନୋଜିଆ ପ୍ରକାଶ କରିଛନ୍ତି। ଏହି ଇଥାନଲ୍‍ ପ୍ଲାଣ୍ଟ ବ୍ୟତୀତ ବୌଦ୍ଧ ଡେଷ୍ଟିଲାରି ପରିସରରେ ପୂର୍ବରୁ ଏବଂ ଦିନପ୍ରତି ୬୦ହଜାର ଲିଟର ଏଷ୍ଟ୍ରା ନିୟୁଟ୍ରାଲ୍‍ ଆଲ୍‍କୋହଲ୍‍ ୟୁନିଟ ଓ ୨.୫ ମେଗାୱାଟ ପାୱାର ପ୍ଲାଣ୍ଟ ୨୦୧୮ରୁ କାର୍ଯ୍ୟକ୍ଷମ ରହିଛି। ପରିବେଶ ଉପରେ କିଭଳି କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି। କମ୍ପାନୀ ପକ୍ଷରୁ ନିଜସ୍ୱ ପାୱାର ପ୍ଲାଣ୍ଟ ହେତୁ କୌଣସି ବାୟୁ ପ୍ରଦୂଷଣ ନ ହେବା ପାଇଁ ଏକ ଇଲୋକ୍ଟ୍ରୋକସ୍ଟାଟିକ୍‍ ପ୍ରିସୋପିଟେଟର ସ୍ଥାପନ କରାଯାଇଛି। ତରଳ ବର୍ଯ୍ୟବସ୍ତୁର ଜୈବିକ ଟ୍ରିଟ୍‍ମେଣ୍ଟ କରି ବିଶୁଦ୍ଧ ଜଳକୁ ପୁନର୍ବାର ବ୍ୟବହାର କରିବା ପାଇଁ ଏକ ଏନ୍‍ଫ୍ଲୁଏଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ୧୩ ଟି ରେନ ୱାଟର ହାରଭେଷ୍ଟିଂ ସିଷ୍ଟମ ର ବ୍ୟବସ୍ଥା କରାଯାଇଛି। ଏତଦ୍‍ ବ୍ୟତୀତ ପ୍ଲାଣ୍ଟ ପରିସରରେ ୩୩ ପ୍ରତିଶତ ଅଞ୍ଚଳ ସବୁଜ କ୍ଷେତ୍ର ଭାବେ ସଂରକ୍ଷିତ ରଖାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories