www.samajalive.in
Saturday, December 13, 2025
21.1 C
Bhubaneswar

ଛାତ୍ରୀଙ୍କୁ ସିନ୍ଦୂର ପିନ୍ଧାଇବା ମହଙ୍ଗା ପଡ଼ିଲା, ନିସ୍ତୁକ ମାଡ଼ ଖାଇଲେ ଯୁବକ

ଭୁବନେଶ୍ୱର: ପୁରୁଣାଭୁବନେଶ୍ବର ବଢ଼େଇବାଙ୍କ ଛକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଛକ ମଝିରେ ଜଣେ ଛାତ୍ରୀଙ୍କୁ ଅଟକାଇ ମୁଣ୍ଡରେ ସିନ୍ଦୂର ପିନ୍ଧାଇବା ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ଯୁବକକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ଦେଇ ପୁଲିସକୁ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଉକ୍ତ ଛକରେ ଛାତ୍ରୀ ଜଣଙ୍କ ପରୀକ୍ଷା ପାଇଁ ସାଇକଲରେ ଯାଉଥିଲେ। ସେଇ ବାଟ ଦେଇ ଅଭିଯୁକ୍ତ ଯୁବକ ଚାଲି ଚାଲି ଯାଉଥିଲା। ହଠାତ୍‌ ଛାତ୍ରୀଙ୍କ ସାଇକଲ ଆଗକୁ ଆସି ସେ ସିନ୍ଦୂର ପିନ୍ଧାଇ ଦେଇଥିଲା। ଛାତ୍ରୀ ଜଣଙ୍କ ଏହାର ପ୍ରତିବାଦ କରିବା ସହ ସ୍ଥାନୀୟ ଲୋକେ ଯୁବକକୁ କାବୁ କରି ନେଇ ମାଡ଼ ଦେଇଥିଲେ।

- Advertisement -

ଅଭିଯୁକ୍ତର ଘର ପୁରୀ ଜିଲା ସାକ୍ଷିଗୋପାଳ ଅଞ୍ଚଳରେ ହୋଇଥିବା ବେଳେ ଛାତ୍ରୀଙ୍କ ଘର ପୁରୁଣାଭୁବନେଶ୍ବର ଅଞ୍ଚଳରେ। ପୂର୍ବରୁ ଛାତ୍ରୀ ଯୁବକକୁ କେବେ ଦେଖିନଥିବା କହିଛନ୍ତି। ଅଭିଯୁକ୍ତ ବିରୋଧରେ କେହି ଏତଲା ନଦେବାରୁ ପୁଲିସ ରୋମିଓ ଯୁବକକୁ ଥାନାରୁ ଛାଡ଼ି ଦେଇଥିବା ପ୍ରକାଶ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories