www.samajalive.in
Saturday, December 6, 2025
23.1 C
Bhubaneswar

ରାୟଗଡାରେ ପ୍ରବନ୍ଧ ପ୍ରତିଯୋଗିତା: ତନୁଶ୍ରୀ ପ୍ରଥମ, ସୁଧାଂଶୁବାଲା ଦ୍ୱିତୀୟ, ପ୍ରଭାତୀ ତୃତୀୟ

ରାୟଗଡା: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧଉତ୍ସବ ଉପଲକ୍ଷେ ରାୟଗଡାରେ ଜିଲାସ୍ତରୀୟ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ଓଡ଼ିଶାର ଲୋକପ୍ରିୟ ଦୈନିକ ‘ସମାଜ’ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରିଂଗ ରୋଡସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଆୟୋଜିତ ପ୍ରତିଯୋଗିତାରେ ରାୟଗଡା ଜିଲାର ବିଭିନ୍ନ ବିଦ୍ୟାଳୟର ୫୮ ମେଧାବୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଷୟ ବସ୍ତୁ ‘ଗୋପବନ୍ଧୁଙ୍କ ସ୍ୱପ୍ନରେ ଓଡିଶାର ବିକାଶ’ ସଂପର୍କରେ ଛାତ୍ରଛାତ୍ରୀମାନେ ଏକ ଘଣ୍ଟାରେ ଅତି ସୁନ୍ଦର ପ୍ରବନ୍ଧ ଲେଖିଥିଲେ । ବିଚାରକ ଭାବେ ବରିଷ୍ଠ ସାହିତ୍ୟିକ ଦ୍ୱିତୀଚନ୍ଦ୍ର ସାହୁ ଓ ରାୟଗଡା ଉଚ୍ଚ ବାଳିକା ବିଦ୍ୟାଳୟ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଯୋଗଦେଇ ସମସ୍ତ ଉତ୍ତର ଖାତାର ମୂଲ୍ୟାଙ୍କନ କରିଥିଲେ ।

- Advertisement -

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଛାତ୍ରୀ ତନୁଶ୍ରୀ ତାଡିଙ୍ଗି ପ୍ରଥମ ହୋଇଥିବା ବେଳେ ଗାୟତ୍ରୀନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଧାଂଶୁବାଲା ବାର୍ତିଆ ଦ୍ୱିତୀୟ ଏବଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ପ୍ରଭାତୀ ଖୁଂଟିଆ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରଥମ ପୁରସ୍କାର ଏକ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୭ଶହ ଟଙ୍କା ଓ ତୃତୀୟ ପୁରସ୍କାର ୫ଶହ ଟଙ୍କା ପ୍ରଦାନ କରାଯାଇଥିଲା । ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଦ୍ୱିତୀଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଯୋଗଦେଇ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଧୀରେନ୍ଦ୍ର ମିଶ୍ର, ତ୍ରିବେଣୀ ମିଶ୍ର, ସରଜବାଳା ଦାସ, ହୃଷିକେଶ ପାତ୍ର, ଦିଲ୍ଲିପ ପ୍ରଧାନ, ଗଗନ ବିହାରୀ ନାୟକ, ଗିରିଜାବାଳା ପଣ୍ଡା,ମାନସୀ ପଢୀଆରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ । ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ ଜିଲା ପ୍ରତିନିଧି ରଘୁନାଥ ପଟ୍ଟନାୟକ ଓ ସହେଯାଗ କରିଥିଲେ ରାୟଗଡା ବ୍ଲକ ପ୍ରତିନିଧି ବିଜୟ କୁମାର ମହାରଣା।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories