www.samajalive.in
Saturday, December 6, 2025
14.1 C
Bhubaneswar

ସିନ୍ଦିଆଙ୍କ ବିରୋଧରେ ପୁଣି ଖୋଲିଲା ଜାଲିଆତି ମାମଲା

ଭୋପାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବାର ଦିନକ ପରେ ତାଙ୍କ ବିରୋଧରେ ଥିବା ଜାଲିଆତି ମାମଲାକୁ ପୁନର୍ବାର ଖୋଲାଯାଇଛି। ମଧ୍ୟପ୍ରଦେଶ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସିନ୍ଦିଆଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଅଭିଯୋଗ ଉପରେ ପୁଣି ଥରେ ତଦନ୍ତ ଆରମ୍ଭ କରିଛି। ଏକ ଜମି ବିକ୍ରି ସମୟରେ ତାହାର କାଗଜପତ୍ରକୁ ଜାଲିଆତି କରିଥିବା ନେଇ ସିନ୍ଦିଆ ଏବଂ ତାଙ୍କ ପରିବାର ବିରୋଧରେ ଅଭିଯୋଗ ହୋଇଥିଲା।

ତେବେ ସିନ୍ଦିଆ କଂଗ୍ରେସ ଛାଡ଼ିବା ସହିତ ତାଙ୍କର ୨୨ ସମର୍ଥକ ବିଧାୟକ ମଧ୍ୟପ୍ରଦେଶ ସରକାରରୁ ଇସ୍ତଫା ଦେଇଥିଲେ। ଏହା ପରେ ରାଜ୍ୟ ସରକାର ସଙ୍କଟରେ ପଡ଼ିଛନ୍ତି। ସଂଖ୍ୟା ଗରିଷ୍ଠତା ହ୍ରାସ ପାଇଥିବାରୁ ସରକାରଙ୍କୁ ଏବେ ବହୁମତ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଏଭଳି ସ୍ଥିତିରେ ସିନ୍ଦିଆଙ୍କ ବିରୋଧରେ ସୁରେନ୍ଦ୍ର ଶ୍ରୀବାସ୍ତବ ନାମକ ବ୍ୟକ୍ତିଙ୍କ ଦ୍ବାରା କରାଯାଇଥିବା ଅଭିଯୋଗର ପୁନଃ ତଦନ୍ତ କରିବାକୁ ଇଓଡବ୍ଲ୍ୟୁକୁ ନିର୍ଦେଶ ମିଳିଥିବା ଜଣେ ଅଧିକାରୀ କହିଛନ୍ତି। ୨୦୧୪ ମାର୍ଚ୍ଚ ୨୬ରେ ସିନ୍ଦିଆଙ୍କ ନାମରେ ଏ ନେଇ ମାମଲା ରୁଜୁ ହୋଇଥିଲା। କିନ୍ତୁ ପରେ ତାହାର ତଦନ୍ତ ହେବା ସହିତ ୨୦୧୮ରେ ମାମଲାକୁ ବନ୍ଦ କରିଦିଆଯାଇଥିଲା। ମାତ୍ର ଗତ ଗୁରୁବାର ଶ୍ରୀବାସ୍ତବ ପୁଣି ଥରେ ଅଭିଯୋଗ କରିବା ପରେ ମାମଲାକୁ ପୁଣି ଥରେ ଖୋଲାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories