ଭୁବନେଶ୍ବର: ସେପ୍ଟେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’। ମୁକ୍ତିଲାଭ ପୂର୍ବରୁ କଳ୍ପନା କନିକା ଗ୍ୟାଲେରିଆ ମଲ ସ୍ଥିତ ପିଭିଆର ସିନେମାରେ ଏହାର ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି। କେବଳ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦିଷ୍ଟ ଏହି ଶୋ’ରେ ବରିଷ୍ଠ ଗଣମାଧ୍ୟ୍ୟମ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
କଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ‘ଲହରୀ’ ଆଗାମୀ ୧୨ ତାତିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ମାଟିର କଥା ରହିଛି। ରହିଛି ସଂସ୍କୃତି ପରମ୍ପରା ଓ ପର୍ଯ୍ୟଟନ ବିକାଶର କଥା। ସାମାଜିକ ଜୀବନରେ ମୂଳ ତତ୍ତ୍ୱ ସହ ନିଜକୁ ଯୋଡି ରଖିବା ଓ ବାପ ପୁଅର ସମ୍ପର୍କ ଉପରେ ଆଧାରିତ ଏହାର କାହାଣୀ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା କରିଛନ୍ତି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ତଥା ସ୍ୱନାମଧନ୍ୟ ଯୁବ ନିର୍ମାତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥ, ପ୍ରସେନଜିତ, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି। ଲୋକପ୍ରିୟ ତାରକା ଦେବାଶିଷ ପାତ୍ର ଅତିଥି କଳାକାର ଭୂମିକାରେ ଥିବାବେଳେ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସଙ୍ଗୀତ ଦେଇଛନ୍ତି କିଶଳୟ ରୟ। କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି । ‘ଝିଅର ସ୍କୃ ଟା ଢିଲା..’ ଗୀତଟି ଏବେ ଟ୍ରେଣ୍ଡିଙ୍ଗରେ ରହିଛି। ଶବ୍ଦ ସଜ୍ଜାରେ ଅଛନ୍ତି ଅଦୀପ ସିଂ ମାଣିକ। ଝିଲିକ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସହିତ କାହାଣୀ, ଗୀତ ରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସମ୍ପାଦନାର ଗୁରୁ ଦାୟିତ୍ୱ ମଧ୍ୟ ଆମର୍ତ୍ତ୍ୟ ନିର୍ବାହ କରିଛନ୍ତି। ସିନେମାଟି ଉଭୟ କଲାତ୍ମକ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ବେଶ ଭଲ ହୋଇଛି ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ମତବ୍ୟକ୍ତ କରିଛନ୍ତି।
ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍, କାହାର ଦେଖାଦେବ ସମସ୍ୟା



