www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟରେ ବିଦ୍ୟୁତ ଚାହିଦା ଓ ଉପଯୋଗ ୨୫% ହ୍ରାସ

ଭୁବନେଶ୍ୱର :ଶକ୍ତି କ୍ଷେତ୍ରରେ ବିନିଯୋଗ ପୁଞ୍ଜିର ସୁଧ ହାରକୁ ହ୍ରାସ କରିବାକୁ ଦେଶର ସମସ୍ତ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଭିଡ଼ିଓ କନ୍‌ଫରେନ୍ସରେ ଓଡ଼ିଶା ତା’ର ଦାବି ଉପସ୍ଥାପିତ କରିଛି। ଗତକାଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂଙ୍କ ଅଧ୍ୟକ୍ଷତାରେ ଏହି ଭିଡ଼ିଓ କନ୍‌ଫରେନ୍ସରେ ଶକ୍ତି କ୍ଷେତ୍ରରେ ରହିଥିବା ଅନେକ ସମସ୍ୟା ଉପରେ ଏଥିରେ ଆଲୋଚନା କରାଯାଇଥିଲା। ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ସଂପ୍ରତି କୋଭିଡ୍‌୧୯ ଜନିତ ଅଚଳାବସ୍ଥା ଯୋଗୁଁ ବହୁ ମାତ୍ରାରେ କଳକାରଖାନା ବନ୍ଦ ହୋଇଯାଇଥିବା ପରିପ୍ରେକ୍ଷୀରେ ବିଦ୍ୟୁତ ବ୍ୟବହାର ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ହ୍ରାସ ପାଇଥିବା ଦର୍ଶାଇ ଏଥି ପାଇଁ ବିଦ୍ୟୁତ ବିତରଣକାରୀ ସଂସ୍ଥାଗୁଡ଼ିକ ବିଦ୍ୟୁତ ଦେୟ ଆଦାୟ କରିପାରୁ ନଥିବା ପ୍ରସଙ୍ଗ ଉଠାଇଥିଲେ। ଏପରି କ୍ଷେତ୍ରରେ ସେମାନଙ୍କ ସୁଧ ହାରରେ କୋହଳ ନକରାଗଲେ ତାହାର ବିଶେଷ ପ୍ରଭାବ ଶକ୍ତି କ୍ଷେତ୍ରରେ ଅନୁଭୂତ ହେବ ବୋଲି ସେ କହିଥିଲେ। ତେଣୁ ଏହାର ପରିମାଣକୁ ୯.୫%ରୁ ୬%କୁ ହ୍ରାସ କରିବାକୁ ସେ ଦାବି କରିଥିଲେ । ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ଉପଯୋଗ ଓ ଚାହିଦା ପ୍ରାୟତଃ ୨୫ ଶତକଡ଼ା କମି ଯାଇଛି ଏବଂ ଏହାର ପ୍ରଭାବ ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ଯାଏଁ ରହିବ, ତେଣୁ ଏହି ଆର୍ଥିକ କ୍ଷତିର ଭରଣା ପାଇଁ ରିହାତି ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିଦ୍ୟୁତ ଆକ୍ଟ-୨୦୦୩ର ସଂଶୋଧନବେଳେ ସରକାରଙ୍କ ସଂଘୀୟ ବ୍ୟବସ୍ଥା ମୁତାବକ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟି ଦେବାକୁ ସେ ମତ ରଖିଥିଲେ। ତେବେ କୋଣାର୍କ ଐତିହ୍ୟ ସହରରେ କରାଯାଇଥିବା ସୌରଶକ୍ତି ପ୍ରକଳ୍ପ ଯାହା କେନ୍ଦ୍ର ଓ ରାଜ୍ୟର ୫୦:୫୦ ଭାଗୀଦାରିତାରେ କାର୍ଯ୍ୟକାରୀ କରାଯାଇଛି ତାହା ଏକ ମଡେଲ୍‌ ଭାବେ ସମଗ୍ର ଦେଶ ପାଇଁ ଏକ ଉଦାହରଣ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ। ଜଳବିଦ୍ୟୁତ ଯୋଜନାଗୁଡ଼ିକ ପାଇଁ କେନ୍ଦ୍ର ତରଫରୁ ପରିବେଶ ମଞ୍ଜୁରି ବ୍ୟବସ୍ଥାର ସରଳୀକରଣ ପ୍ରକ୍ରିୟା ପାଇଁ ସେ ଉଚ୍ଚ ପ୍ରଶଂସା କରିଥିଲେ । ଏଥି ପାଇଁ ସେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ ଶକ୍ତି କ୍ଷେତ୍ରରେ ଅଣାଯାଉଥିବା ସଂସ୍କାରର ସୁଫଳ ଯେପରି ଶିକ୍ଷା, ସୂଚନା, ଟେଲିମେଡିସିନ୍‌ ପରି ବ୍ୟବସ୍ଥାକୁ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ କରିବାରେ ସହାୟକ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବାକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହା କେବଳ ଗୁଣାତ୍ମକ ଓ ସ୍ଥିର ବିଦ୍ୟୁତ ବଣ୍ଟନ ଦ୍ୱାରା ସମ୍ଭବପର ହୋଇ ପାରିବ ବୋଲି ସେ ମତ ରଖିଥିଲେ। ଏହି କନ୍‌ଫରେନ୍ସରେ ଶକ୍ତି କ୍ଷେତ୍ରରେ ସଂସ୍କାର ସମେତ ବିଦ୍ୟୁତ ବଣ୍ଟନ, ବିଦ୍ୟୁତ ନିୟମ ସଂଶୋଧନ, ଅକ୍ଷୟ ଶକ୍ତି, ସୋଲାର ବିଦ୍ୟୁତ ଆଦି ବିଷୟରେ ଆଲୋଚନା ହୋଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories