www.samajalive.in
Saturday, December 6, 2025
23.1 C
Bhubaneswar

ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଗୁରୁତର

ଫୁଲବାଣୀ : ଫୁଲବାଣୀ ପୁଲିସର ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଗୁରୁତର ହୋଇଛି। ମୁନାର ହାତ ଓ ଗୋଡ଼ରେ ଗୁଳି ବାଜିଛି। ତାକୁ ଉଦ୍ଧାର କରାଯାଇ ଫୁଲବାଣୀ ଜିଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୁନା ନାମରେ ଫୁଲବାଣୀ ଜିଲାର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବାର ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ମୁନା ଦିଗାଲର ଆଡ୍ଡା ଓ ଗଞ୍ଜେଇ  କାରବାର ଉପରେ ଚଢ଼ାଉ କରିଥିବା ଗୋଛାପଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଗତ ୨ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସେ ଆକ୍ରମଣ କରିଥିଲା। ଥାନା ଅଧିକାରୀ ଶ୍ରୀ ପ୍ରଧାନ ଫୁଲବାଣୀ ଆନନ୍ଦବଜାର ଏକ ଏଟିଏମକୁ ଟଙ୍କା ଉଠାଇବାକୁ ଯାଉଥିବା ବେଳେ ଅନ୍ଧାରର ସୁଯୋଗ ନେଇ ମୁନା ଦିଗାଲ ତାଙ୍କ ବେକକୁ ଭୁଜାଲିରେ ଆକ୍ରମଣ କରିଥିଲା। ଏଥିରେ ଶ୍ରୀ ପ୍ରଧାନ ଆହତ ହୋଇଥିଲେ। ପୁଲିସକୁ ଆକ୍ରମଣ କରିଥିବା ମୁନାକୁ ଧରିବା ପାଇଁ ଫୁଲବାଣୀ ପୁଲିସ ଲାଗିପଡ଼ିଥିଲା। ତେବେ ସୋମବାର ଭୋର ସମୟରେ ମୁନା ଦିଗାଲ ଫୁଲବାଣୀର ନାରାୟଣୀ ପାହାଡ଼ ନିକଟରେ ତାର କେତେକ ସାଥିଙ୍କ ସହିତ ଥିବା ସୂଚନା ପାଇ ପୁଲିସ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲେ। ମୁନା ପୁଲିସକୁ ଦେଖି ସେମାନଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। ପୁଲିସର ପାଲଟା ଗୁଳିରେ ମୁନା ଦିଗାଲ ବାମ ହାତ ଓ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ମୁନା ଦିଗାଲକୁ  ଉଦ୍ଧାର କରି ପୁଲିସ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories