www.samajalive.in
Friday, December 5, 2025
17.1 C
Bhubaneswar

ଗଞ୍ଜାମରେ ପୁଣି ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଗୁରୁତର

ଗଞ୍ଜାମ: ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଅପରାଧୀ ହେଉଛି ଜିତୁ ସ୍ବାଇଁ। ସୋମବାର ବିଳମ୍ବିତ ରାତିରେ ଗଞ୍ଜାମର ହିଞ୍ଜିଳିକାଟୁ-ଶେରଗଡ ରାସ୍ତାର ଡେଙ୍ଗାପଦାର ଛକରେ ଏହି ଏନକାଉଣ୍ଟର ହୋଇଛି। ପୁଲିସ ଏନକାଉଣ୍ଟରରେ ଜିତୁର ଡାହାଣ ଗୋଡ​‌ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବାର ଜଣାପଡିଛି।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଜିତୁ ଏକ ବାଇକରେ ହିଞ୍ଜିଳିକାଟୁରୁ ଶେରଗଡ ଯାଉଥିଲା। ଏ ସମ୍ପର୍କରେ  ଖବର ପାଇ ଜିତୁକୁ ଧରିବା ପୁଲିସ ଜାଲ ବିଛାଇଥିଲା। ଶେରଗଡ ନିକଟର ଜିତୁ ଖସି ପଳାଇବାକୁ ଉଦ୍ୟମ କରି ପୁଲିସ ଉପରକୁ ଗୁଳି ଚାଳନା କରିଥିଲା। ପୁଲିସର ପାଲଟା ଗୁଳିରେ ଜିତୁ ଆହତ ହୋଇଥିଲା। ତା ନିକଟରୁ ଗୋଟିଏ ମାଉଜର, ମୋବାଇଲ ଫୋନ ଓ ବାଇକ ଜବତ କରାଯାଇଛି। ତାଙ୍କ ନାମରେ ‌ଗଞ୍ଜାମ, ଖୋର୍ଦ୍ଧା ଓ ଭୁବନେଶ୍ବରର ଥାନାରେ ଅନେକ ଅପରାଧିକ ମାମଲା ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories