ଏନକାଉଣ୍ଟରରେ ୨ ଆନ୍ତଃରାଜ୍ୟ ଡକାୟତ ଆହତ

0

ଗଂଜାମ: ଗଂଜାମ ପୁଲିସ ପକ୍ଷରୁ ପୁଣି ଏନକାଉଣ୍ଟର ହୋଇଛି। ପୁଲିସ ଗୁଳିର ଶିକାର ହୋଇଛନ୍ତି ଦୁଇ ଅପରାଧି ତଥା ଆନ୍ତଃରାଜ୍ୟ ଡକାୟତ । ଗତ ବିଳମ୍ବିତ ରାତିରେ ପ୍ରାୟ ସାଢ଼େ ୩ଟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟି ଛକରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ପ୍ରଧାନ ଓ ସୁରି ଓରଫ ରାଜେଶ ରେଡ୍ଡୀ ଆହତ ହୋଇଛନ୍ତି । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଶାନ୍ତର ଘର ଗଞ୍ଜାମ ଜିଲ୍ଲା ବଇଂଡାରେ ହୋଇଥିବା ବେଳେ ସୁରିର ଘର ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ବୋଲି ଜଣାପଡିଛି। ଆହତ ଦୁଇ ଡକାୟତଙ୍କ ଠାରୁ ପୁଲିସ ଗୋଟିଏ ଭେରନା କାର ସହିତ ଦୁଇଟି ମାଉଜର, ୩ଟି ଜୀବନ୍ତ ଗୁଳି ଓ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟର ଓ ଅନ୍ୟ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ପୁଲିସ ଗୁଳିର ଶିକାର ଦୁଇ ଦୁର୍ଦାନ୍ତ ଅପରାଧୀ ଗତ ୨ତାରିଖରେ ଖଲ୍ଲିକୋଟ ନିକଟସ୍ଥ ବୁରାପାଲ୍ଲୀ ଟୋଲଗେଟରେ ହୋଇଥିବା ୨୫ଲକ୍ଷ ଟଙ୍କା ଡକାୟତି ଘଟଣାରେ ସଂପୃକ୍ତ ଥିଲେ। ଗତ କାଲି ଗଂଜାମ ପୁଲିସ ଏହି ଡକାୟତି ଘଟଣାରେ ୬ଜଣଙ୍କୁ ଗିରଫ କରି ୧୦ଲକ୍ଷ ୧୫ହଜାର ଟଙ୍କା ଜବତ କରିଥିଲା ବୋଲି ଛତ୍ରପୁର ଏସଡିପିଓ ରମେଶ ସେଠୀ ସୂଚନା ଦେଇଛନ୍ତି ।

Leave A Reply