www.samajalive.in
Saturday, December 6, 2025
14.1 C
Bhubaneswar

ନିଯୁକ୍ତି ସର୍ବେକ୍ଷଣର ଭୟାନକ ତଥ୍ୟ: ଦେଶରେ ନିଯୁକ୍ତି ୧୫ ବର୍ଷ​ରେ ସର୍ବନିମ୍ନ, ମାତ୍ର ତିନି ପ୍ରତିଶତ କମ୍ପାନୀଙ୍କ ନୂଆ ନିଯୁକ୍ତି ଯୋଜନା

ନୂଆଦିଲ୍ଲୀ :କରୋନା ମହାମାରୀର ପ୍ରଭାବରେ ଦେଶର ଆର୍ଥିକ କ୍ଷେତ୍ର ବିପର୍ୟ୍ୟସ୍ତ ହୋଇପଡିଥିବା ଯୋଗୁ ବିଭିନ୍ନ କ୍ଷେତ୍ରରେ ନୂଆ ନିଯୁକ୍ତିକୁ ନେଇ ଏବେ ବଡ ଆଶଙ୍କା ପ୍ରକାଶ ପାଇଛି।  ଆର୍ଥିକ ଦୁଃସ୍ଥିତିର ବଡ ପ୍ରଭାବ ଦେଶର ନିଯୁକ୍ତି କ୍ଷେତ୍ର ଉପରେ ପଡିଛି। ଆଗକୁ ଏହା ଆହୁରି ଖରାପ ରୂପ ନେବାକୁ ଯାଉଥିବା ଜଣାଯାଇଛି। ନିଯୁକ୍ତି ସର୍ବେକ୍ଷଣର ଭୟାନକ ତଥ୍ୟରୁ ଏହା ଜଣାଯାଇଛି ଯେ, ଦେଶରେ ନିଯୁକ୍ତି ସମ୍ପ୍ରତି ୧୫ ବର୍ଷ​ରେ ସର୍ବନିମ୍ନ ରହିଛି। ତେବେ ଆସନ୍ତା ତିନି ମାସରେ ଦେଶର ମାତ୍ର ୩% କମ୍ପାନୀ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛନ୍ତି।
ମ୍ୟାନ୍‌ ପାୱାର ଗ୍ରୁପ ନିଯୁକ୍ତି ଆଉଟ୍‌ ଲୁକ୍‌ ପକ୍ଷରୁ ଦେଶର ୮୧୩ କମ୍ପାନୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା।  ଏହି ଅନୁଯାୟୀ, ବର୍ତ୍ତମାନ ଚଳିତ ଆର୍ଥିକବର୍ଷର ​ଶେଷ ତ୍ରୈମାସ ଆଡକୁ ଭାରତୀୟ କମ୍ପାନୀଗୁଡିକୁ ନିଯୁକ୍ତି ପ୍ରଦାନରେ ସଙ୍କୋଚ ମନୋଭାବ ଅବଲମ୍ବନ କରୁଛନ୍ତି। ଏହାଛଡା ସର୍ଭେରେ ୭% ନିଯୁକ୍ତିଦାତା ବେତନରେ ବୃଦ୍ଧି ଘଟାଇବାକୁ ଯୋଜନା କରିଥିବାବେଳେ ୩% ଏଥିରେ ହ୍ରାସ ଏବଂ ୫୪% ବେତନରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁ ନ ଥିବା କହିଛନ୍ତି। ଗ୍ରୁପର କହିବାନୁଯାୟୀ, ନିଯୁକ୍ତି କ୍ଷେତ୍ରରେ ଏହି ସର୍ଭେ ୧୫ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଛି। ତେବେ ଛୋଟ କମ୍ପାନୀଗୁଡିକ ଅଧିକ ନିଯୁକ୍ତି ଯୋଜନା ରଖିଥିବାବେଳେ ଏହା ପଛକୁ ମଧ୍ୟମଧରଣର କମ୍ପାନୀ ରହିଛନ୍ତି। ତେବେ ବଡ କମ୍ପାନୀଗୁଡିକୁ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ପଛରେ ରହିଛନ୍ତି। ଏଭଳି ସମୟରେ ସରକାର କମ୍ପାନୀଗୁଡିକୁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି। ୪୪% ନିଯୁକ୍ତିଦାତା ପ୍ରାକ୍‌ ​କୋଭିଡ୍‌ ସ୍ଥିତିକୁ ଫେରି ଆସନ୍ତା ୯ମାସରେ ନିଯୁକ୍ତି ଦେବାକୁ ଯୋଜନା କରିଥିବା କହିଛନ୍ତି। ତେବେ ବିଶ୍ବର ୪୩ଟି ରାଷ୍ଟ୍ରର ୨୨ କମ୍ପାନୀ ଚଳିତବର୍ଷ ଡିସେମ୍ବର ସୁଦ୍ଧା ତେବନରେ ବୃଦ୍ଧି କରିବାକୁ ଯୋଜନା କରିଥିବା ସର୍ଭେରୁ ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories