ଟଙ୍କା ହଡପ ଅଭିଯୋଗରେ ଡାକ କର୍ମଚାରୀ ନିଲମ୍ବିତ
କେଶଦୁରାପାଳ : ଡାକଘରେ ଟଙ୍କା ହଡପ ଅଭିଯୋଗରେ ଜଣେ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି । ସରକାର ପ୍ରତ୍ୟେକ ଡାକ ଘର ମାଧ୍ୟମରେ ବିଭିନ୍ନ ଯୋଜନାରେ ଟଙ୍କା ଜମା କରିବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହାର ସୁଯୋଗ ନେଇ ଅନେକ ସମୟରେ କର୍ମଚାରୀମାନେ ଏହାର ଭରପୁର ପାଇଦା ଉଠାଇଥାନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ପୌର ପରିଷଦ ମୁଖ୍ୟ ତାକ ଘରେ ଏହି ଡାକଘରର ବୀରଗୋବିନ୍ଦ ପାତ୍ର ନାମକ ଜୈନେକ କର୍ମଚାରୀ ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ଜମା କରିବା ପରିବର୍ତ୍ତେ ଟଙ୍କାକୁ ଆତ୍ମସାତ୍ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ଉପଯୁକ୍ତ ତଦନ୍ତ କରି ଉପରିସ୍ଥ ଅଧିକାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।
Comments are closed.