www.samajalive.in
Monday, December 8, 2025
14.1 C
Bhubaneswar

ଅନନ୍ୟ ସାରସ୍ବତ ସାଧିକା ମନୋରମା ମହାପାତ୍ର

କଟକ: ପ୍ରଖ୍ୟାତ ସାହିତ୍ୟିକା, କବି, ସମ୍ବାଦିକା, ସମ୍ପାଦିକା, ସମାଜସେବୀ, ଅଧ୍ୟାପିକା ତଥା ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଆଜି କଟକ ବଡ଼ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ସେ ବେଶ୍‌ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୧୯୩୪ ମସିହା ଜୁନ୍‌ ୧୦ରେ ଡକ୍ଟର ମହାପାତ୍ରଙ୍କର ଜନ୍ମ ହୋଇଥିଲା। ପିତା ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ଲୋକସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ। ଜଣେ ଉଚ୍ଚକୋଟୀର କବି, ସମ୍ପାଦିକା ଓ ସମାଜସେବୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଜଣେ ଓଜସ୍ବିନୀ ବକ୍ତା ଭାବେ ସେ ଅଶେଷ ଲୋକପ୍ରିୟତା ହାସଲ କରିଥିଲେ। ବିଶେଷ କରି ମାନବବାଦୀ, ସାମ୍ୟବାଦୀ ଓ ବୈପ୍ଳବିକ ଚିନ୍ତାଧାରା ତାଙ୍କ ସାହିତ୍ୟ କୃତିରେ ପରିସ୍ଫୁଟିତ ହୋଇଛି। ସେ ଓଡ଼ିଶା ସାହିତ୍ୟ ଏକାଦେମୀ ପୁରସ୍କାର, ସୋଭିଏତ୍‌ଲାଣ୍ଡ ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିବା ସହିତ ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି ଲାଭ କରିଥିଲେ।


ତାଙ୍କ ସାହିତ୍ୟକୃତି ମଧ୍ୟରେ ଜୁଆର ଯେଉଁଠି ଉଠେ, ଅର୍ଦ୍ଧନାରୀସ୍ୱର, ବୈଦେହୀ ବିସର୍ଜିତା, ସ୍ମୃତିଚନ୍ଦନ, ଆମେସବୁ ନୀରବ ଦର୍ଶକ ଉ‌େ‌ଲ୍ଲଖନୀୟ। ଏହାଛଡ଼ା ଏ ପୃଥିବୀ ଶରଶଯ୍ୟା(କ୍ଷୁଦ୍ରଗଳ୍ପ ସଙ୍କଳନ), ବନ୍ଦ ଘରର କବାଟ(କ୍ଷୁଦ୍ରଗଳ୍ପ), ରତ୍ନଦ୍ୱୀପ(ଅନୁଦିତ ଉପନ୍ୟାସ), ବଣ ରାଇଜର କଥା(ଶିଶୁଗଳ୍ପ ସଙ୍କଳନ), ସମସାମୟିକ ଋଷୀୟ କବିତା(ଅନୁଦିତ ଋଷୀୟ କବିତା ସଙ୍କଳନ), ବନ୍ଦ ଘରକୀ କବାଟ(ହିନ୍ଦୀ ଗଳ୍ପ ସଙ୍କଳନ), ଉତ୍ତରା ନିରୁତ୍ତରା(ଗଳ୍ପ ସଙ୍କଳନ), ଗୋମୁଖ ଯାତ୍ରା(ଅନୁବାଦ ଶିଶୁ ସାହିତ୍ୟ), ଆଈମାଆଙ୍କ ବିଜ୍ଞାନମୁଣି(ବିଜ୍ଞାନ ଗଳ୍ପ), ଆମରି ଭାରତମାତା(ଶିଶୁକବିତା), ବିରାଡ଼ିମାନଙ୍କ ଅନଶନ(ଶିଶୁ ସାହିତ୍ୟ), ଶ୍ରୀରାମକୃଷ୍ଣ ପରମହଂସଦେବ(ଅନୁବାଦ), ଶୋଧ(ତସଲିମା ନସରିନ) ଆଦି ରହିଛି।

- Advertisement -

୧୯୮୪ରେ ପାଇଥିଲେ ସାହିତ୍ୟ ଏକାଡେମୀ ସମ୍ମାନ। ଶାରଳା ସମ୍ମାନ- 2012 ମଧ୍ୟ ଲାଭ କରିଛନ୍ତି ।ସେ ଜଣେ ଅର୍ଥନୀତି ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ମହିଳା ସମ୍ପାଦିକା ଥିଲେ । ଜନ୍ମ ୧୦ ଜୁନ ୧୯୩୪ , ରାଧାନାଥପୁର ଶାସନ, ଆଠଗଡ଼।
ରଚନାବଳୀ:
ବଣରାଇଜର କଥା
ବୈଦେହୀ ବିସର୍ଜିତା – ୧୯୯୭ (ବିଦ୍ୟାପୁରୀ)
ଏକଲା ନଇର ଗୀତ (ବିଦ୍ୟାପୁରୀ)
ଜହ୍ନରାତିର ମୁହଁ (ବିଦ୍ୟାପୁରୀ)
କେତୋଟି ମନଛୁଆଁ ଗପ (ଫ୍ରେଣ୍ଡସ ପବ୍ଲିଶରସ)
ସାତ ସମୁଦ୍ର ତେର ନଇ (ଫ୍ରେଣ୍ଡସ ପବ୍ଲିଶରସ)
ଟିକି ବଗିଚାର ଟିକି ଚଢ଼େଇ (ବିଦ୍ୟାପୁରୀ)
ଆଇଙ୍କ ମୁଣିରୁ ବିଜ୍ଞାନ ଗପ – ୧୯୯୯ (ଓଡ଼ିଶା ବୁକ ଷ୍ଟୋର)
ବନ୍ଦ ଘରର କବାଟ – ୧୯୭୯ (ନାଳନ୍ଦା)
ଆମେ ସବୁ ନୀରବ ଦର୍ଶକ – ୧୯୯୯ (ଶେତପଦ୍ମା ପ୍ରକାଶନୀ)
ଝଡ଼ପରେ ସୂର୍ଯ୍ୟୋଦୟ – ୨୦୦୦ (ଶ୍ୱେତପଦ୍ମା ପ୍ରକାଶନୀ)
ମାନସୀ ମୋ’ ବନହଂସୀ – ୨୦୧୨ (ମହେଶ ମହାପାତ୍ର)
ପାହାନ୍ତି ତାରାର ଲୁହ – ୨୦୧୫ (ପ୍ରୀତମ ମହାପାତ୍ର)
ରୂପମ୍ ରୂପମ୍ ପ୍ରତିରୂପମ୍ – ୨୦୧୪ (ଶ୍ୱେତପଦ୍ମ ପ୍ରକାଶନୀ)
ସଂହତିର ସଂହିତା – ୨୦୦୩ (ଶ୍ୱେତପଦ୍ମ ପ୍ରକାଶନୀ)
ସମୟ ପୁରୁଷ – ୨୦୦୮ (ଶ୍ୱେତପଦ୍ମ ପ୍ରକାଶନୀ)
ସ୍ମୃତି ଚନ୍ଦନ – ୨୦୦୮ (ଶ୍ୱେତପଦ୍ମ ପ୍ରକାଶନୀ)
ସତ୍ୟ ହିଁ ସମ୍ପଦ – ୧୯୯୭ (ମା ସାରଦା ପବ୍ଲିକେଶନ)
ଅଛିଣ୍ଡା ମାସ ଛିଣ୍ଡାଦଉଡି – ୨୦୧୨ (ଶ୍ୱେତପଦ୍ମ ପ୍ରକାଶନୀ)
ଦୂର ରାଇଜର କଥା – ୨୦୦୬ (ଓଡ଼ିଶା ବୁକ ଷ୍ଟୋର)

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories