www.samajalive.in
Saturday, December 6, 2025
14.1 C
Bhubaneswar

ହାତୀ ସ୍କ୍ଵାଡ୍‌ ସଦସ୍ୟଙ୍କୁ ଦଳିଦେଲା ଦନ୍ତା

ସମାଜ ଡିଜିଟାଲ ଡେସ୍କ: ହାତୀ ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ଵାଡ୍‌ ସଦସ୍ୟଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଝାରପଡ଼ା ଗାଁ ନିକଟରେ ହାତୀ ଘଉଡ଼ାଇବା ସମୟରେ ଗୁରୁବାର ଏହି ଅଘଟଣ ଘଟିଛି। ଝାରପଡ଼ା ଗାଁ ନିକଟ ଜଙ୍ଗଲରୁ ୭ଟିକିଆ ହାତୀପଲ ଜନବସତି ଆଡ଼କୁ ଚାଲିଆସିଥିଲେ। ଫଳରେ ଲୋକେ ଭୟଭୀତ ହେବା ସହିତ ଫସଲ ନଷ୍ଟ ଆଶଙ୍କା ରହିଥିଲା। ତେଣୁ ହାତୀ ଘଉଡ଼ାଇବା ଲାଗି ବନ ବିଭାଗ କର୍ମଚାରୀମାନେ ଉଦ୍ୟମ କରିଥିଲେ। ଏଥିରେ ଏଲିଫ୍ୟାଣ୍ଟ ସ୍କ୍ଵାଡ୍ ସଦସ୍ୟମାନେ ନିୟୋଜିତ ହୋଇଥିଲେ। ସେମାନେ ହାତୀଙ୍କୁ ଘଉଡ଼ାଇବା ସମୟରେ ଏକ ଦନ୍ତା ଜଣେ ସଦସ୍ୟଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories