www.samajalive.in
Friday, December 5, 2025
26.1 C
Bhubaneswar

ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

ଝାରବନ୍ଧ/ବରଗଡ଼: ବରଗଡ଼ ଜିଲା ଝାରବନ୍ଧ ବ୍ଳକ ତୁର୍ଲା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଯାଇଛି। ମୃତକଙ୍କ ନାମ ସତ୍ୟ କୁମାର ସାହୁ (୩୫)। ରବିବାର ରାତିରେ ସେ ଘରକୁ ଫେରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ​‌ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ଝାରବନ୍ଧ ବ୍ଳକର କନ୍ଦା ଡ଼ଙ୍ଗର ଗ୍ରାମରେ ହାତୀ ଆକ୍ରମଣରେ ଧୋବାରାମ ନାୟକଙ୍କ ମୃତ୍ୟୁ ହୋଇ ଯାଇଥିଲା । ବନ ବିଭାଗ ହାତୀ ପଲର ଗତିବିଧି ସମ୍ପର୍କରେ ସଠିକ ତଥ୍ୟ ରଖୁ ନଥିବା ତଥା ଲୋକଙ୍କୁ ଅବଗତ କରୁ ନଥିବାରୁ ବନ୍ୟପ୍ରାଣୀ ଆକ୍ରମଣରେ ଲୋକଙ୍କ ଜୀବନହାନୀ ଘଟୁଥିବାର ଅଭିଯୋଗ ହେଉଛି। ବରଗଡ଼ ରାଜସ୍ୱ ଜିଲା ଏବେ ବି ସମ୍ବଲପୁର ବନ୍ୟପ୍ରାଣୀ ଡ଼ିଭିଜନର ଅର୍ନ୍ତଭୁକ୍ତ ରହିଛି । ଏଣୁ ବରଗଡ଼ ରାଜସ୍ୱ ଜିଲାକୁ ନେଇ ସ୍ୱତନ୍ତ୍ର ରୂପେ ବନ୍ୟ ପ୍ରାଣୀ ଡ଼ିଭିଜନ ଖୋଲାଯିବାକୁ ଜନସାଧାରଣରେ ଦାବି ହେଉଛି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories