www.samajalive.in
Saturday, December 6, 2025
26.1 C
Bhubaneswar

ଜନରାଜ୍ୟ ଦିବସରେ ମୁଖ୍ୟ ଅତିଥି ହେବାକୁ ମନା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆସନ୍ତା ଜନରାଜ୍ୟ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଥିଲା। କିନ୍ତୁ ଅତିଥି ହେବା ପାଇଁ ଟ୍ରମ୍ପ ମନା କରିଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆମେରିକାର ହ୍ୱାଇଟ୍‍ ହାଉସ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଟ୍ରମ୍ପ ଭାରତ ନ ଆସିବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି। ୨୦୧୯ ଜାନୁଆରୀ ୨୬ରେ ଟ୍ରମ୍ପଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିବାରୁ ସେ ସମୟରେ ସେ ଭାରତରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ହ୍ୱାଇଟ୍‍ ହାଉସର ଜଣେ ଅଧିକାରୀ କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ମଧ୍ୟ ଏ ସମ୍ପର୍କରେ କିଛି କହିବା ପାଇଁ ମନା କରିଦେଇଛନ୍ତି। ଏ ସମ୍ପର୍କିତ ଘୋଷଣା କେବଳ ହ୍ୱାଇଟ୍‍ ହାଉସ ପକ୍ଷରୁ କରାଯିବ ବୋଲି ସେ କହିଛନ୍ତି। ସେହିପରି ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କିଛି ସୂଚନା ଦିଆଯାଇନାହିଁ। ସାଧାରଣତଃ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଓ ସମ୍ମତି ମିଳିବା ପରେ ହିଁ ନିମନ୍ତ୍ରଣ ପତ୍ର ପଠାଯାଇଥାଏ। କିନ୍ତୁ ଟ୍ରମ୍ପଙ୍କ ମତାମତ ନ ନେଇ ଭାରତ ନିମନ୍ତ୍ରଣ କାର୍ଡ ପଠାଇଥିବାରୁ ଓ ତାହା ସାର୍ବଜନୀନ ହୋଇଥିବାରୁ ସରକାରୀ ବ୍ୟବସ୍ଥାକୁ କୂଟନୈତିକ ମହଲରୁ ସମାଲୋଚନା କରାଯାଇଛି। ତାଗିଦ ସତ୍ତେ୍ୱ ଭାରତ ଇରାନ୍‍ରୁ ତୈଳ ଆମଦାନୀ ବନ୍ଦ ନ କରିବା ଓ ରୁଷ ସହିତ ପ୍ରତିରକ୍ଷା ଚୁକ୍ତି କରିବା ଆଦି କାରଣରୁ ଟ୍ରମ୍ପ କ୍ଷୁବ୍ଧ ହୋଇ ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ଚର୍ଚ୍ଚା ହେଉଛି।
ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‍ ଓବାମା ତାଙ୍କର ଦ୍ୱିତୀୟ ଭାରତ ଗସ୍ତ ବେଳେ ଜନରାଜ୍ୟ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories