କଟକ : କଟକ ଜିଲା ଆଠଗଡ଼ ଅନ୍ତର୍ଗତ ବଡ଼ମ୍ବା ଥାନାର ଖଇରିପଙ୍ଗା ଗାଁରୁ ବୁଧବାର ବିଳମ୍ବିତ ରାତିରେ ଜଣେ ହାତୀ ଶିକାରୀକୁ ବନବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି। ଦାନ୍ତ ପାଇଁ ହାତୀ ଶିକାର କରୁଥିବା ଅଭିଯୁକ୍ତ ଜଣକ ସ୍ବୀକାର କରିଛି। ଏହି ଗ୍ୟାଙ୍ଗର ଅନ୍ୟ ମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଆଠଗଡ଼ ବଡ଼ମ୍ବା ଥାନା ଅନ୍ତର୍ଗତ ଖଇରିପଙ୍ଗା ଗାଁର ମାଟିଆ ସ୍ୱାଇଁ ନାମକ ଜଣେ ଯୁବକ ଏକ ହରିଣ ଶିଙ୍ଗ ସହିତ ଦେଶୀ ବନ୍ଧୁକ ନେଇ ଯାଉଥିବା ବେଳେ ବନବିଭାଗର ଅଧିକାରୀମାନେ ସୂଚନା ପାଇ ତାକୁ ଗିରଫ କରିଥିଲେ। ଗିରଫ ପରେ ପଚରାଉଚରା କରିବାରୁ ମାଟିଆ ସ୍ୱାଇଁ ଓ ତାର ଗ୍ୟାଙ୍ଗ ପ୍ରାୟ ୪ଟି ହାତୀ ମାରି ତାର ଦାନ୍ତ ବିକ୍ରି କରିଥିବା ସ୍ୱୀକାର କରିଛି। ଆଠଗଡ଼ ବନାଞ୍ଚଳ ଓ ନରସିଂହପୁର ବନାଞ୍ଚଳରେ ମୋଟ ୪ଟି ହାତୀକୁ ସେମାନେ ମାରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ହାତୀ ଦାନ୍ତକୁ ସେମାନେ ନୟାଗଡ଼ରେ ୫୦ହଜାରରୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ସୂଚନା ମିଳିଛି।
ହାତୀ ଶିକାରୀ ଗିରଫ
Popular Categories



