ସମାଜ ଡିଜିଟାଲ ଡେସ୍କ: ହାତୀମାନେ ଅନେକ ସମୟରେ କୌତୁକିଆ ବ୍ୟବହାର ପ୍ରଦର୍ଶନ କରନ୍ତି। କେବଳ ଛୁଆ ହାତୀ ନୁହନ୍ତି, ବଡ଼ ହାତୀ ବି ଲୋକଙ୍କ ସହିତ ମିଶି ଖେଳିବାକୁ ପସନ୍ଦ କରନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ପ୍ରାଣୀ ଉଦ୍ୟାନରେ। ଉଦ୍ୟାନରେ ଏକ ବଡ଼ ହାତୀ ତାର ବାଡ଼ ନିକଟରେ ଛିଡ଼ା ହୋଇଛି। ବାଡ଼ ବାହାରେ ଜଣେ ବ୍ୟକ୍ତି ତବଲା ରଖି ବଜାଉଛନ୍ତି। ହାତୀଟି ତାଙ୍କୁ ନିରୀକ୍ଷଣ କରୁଛି। ବ୍ୟକ୍ତି ଜଣକ ତବଲ ବଜାଇବା ବନ୍ଦ କରିବା ପରେ ହାତୀଟି ତାର ବାଡ଼ରେ ଶୁଣ୍ଢ ଗଳାଇ ତବଲା ବଜାଇବାରେ ଲାଗୁଛି। ଏହା ଦେଖି ବ୍ୟକ୍ତି ଜଣକ ବି ବେଶ ଖୁସି ହେଉଛନ୍ତି।
This is the best thing i’ve seen today!! pic.twitter.com/ZPuFLpdhne
— Nature is Amazing ☘️ (@AMAZlNGNATURE) July 27, 2024



