www.samajalive.in
Wednesday, December 10, 2025
18.1 C
Bhubaneswar

ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ଧାମରା :ବାଂଶଡା ଥାନା ଅଧିନସ୍ଥ ଘଂଟେଶ୍ୱର ବାଲିପଦା ଗ୍ରାମର ୨ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆଘାତ ପ୍ରାପ୍ତ ହୋଇଥିବା ବାଂଶଡା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ ।

ଅପରାହ୍ଣ ସମୟରେ ବାଲିପଦା ଗ୍ରାମର ମାନସ ବେହେରା ଏବଂ ସୁରେନ୍ଦ୍ର ଦାସ ଏକ ଟେଲିଫୋନ ଖୁଂଟ ଟେକୁଥିବା ସମୟରେ ୧୧କେଭି ବିଦ୍ୟୁତ ଆଘାତ ପାଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମାନସଙ୍କର ମୃତ୍ୟୁ ହୋଇଥିବା କଥା ଘୋଷଣା କରିଥିବା ବେଳେ ବିଦ୍ୟୁତ ଆଘାତ ପାଇ ସୁରେନ୍ଦ୍ର ବର୍ତମାନ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ କେଉଁ ପରିସ୍ଥିତିରେ ସଂପୃକ୍ତ ବ୍ୟକ୍ତି ୨ଜଣ ବିଦ୍ୟୁତ ଆଘାତ ପାଇଲେ ସେ ନେଇ ତଦନ୍ତ କରାଯିବ ବୋଲି ଥାନାଧିକାରୀ ଦେବରାଜ ଜେନା ମତବ୍ୟକ୍ତ କରିଛନ୍ତି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories