www.samajalive.in
Friday, December 12, 2025
14.1 C
Bhubaneswar

ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ଧାମରା :ବାଂଶଡା ଥାନା ଅଧିନସ୍ଥ ଘଂଟେଶ୍ୱର ବାଲିପଦା ଗ୍ରାମର ୨ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆଘାତ ପ୍ରାପ୍ତ ହୋଇଥିବା ବାଂଶଡା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ ।

ଅପରାହ୍ଣ ସମୟରେ ବାଲିପଦା ଗ୍ରାମର ମାନସ ବେହେରା ଏବଂ ସୁରେନ୍ଦ୍ର ଦାସ ଏକ ଟେଲିଫୋନ ଖୁଂଟ ଟେକୁଥିବା ସମୟରେ ୧୧କେଭି ବିଦ୍ୟୁତ ଆଘାତ ପାଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମାନସଙ୍କର ମୃତ୍ୟୁ ହୋଇଥିବା କଥା ଘୋଷଣା କରିଥିବା ବେଳେ ବିଦ୍ୟୁତ ଆଘାତ ପାଇ ସୁରେନ୍ଦ୍ର ବର୍ତମାନ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ କେଉଁ ପରିସ୍ଥିତିରେ ସଂପୃକ୍ତ ବ୍ୟକ୍ତି ୨ଜଣ ବିଦ୍ୟୁତ ଆଘାତ ପାଇଲେ ସେ ନେଇ ତଦନ୍ତ କରାଯିବ ବୋଲି ଥାନାଧିକାରୀ ଦେବରାଜ ଜେନା ମତବ୍ୟକ୍ତ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories