ପକ୍ଷୀ ଲିଭାଇଲା ୧୪ ହଜାର ଘର ଆଲୁଅ; ଅନ୍ଧାରରେ ରହିଲେ ଲୋକେ, ଜାଣନ୍ତୁ ପୁରା ଘଟଣା

କାଲିଫର୍ନିଆ: ପାୱାର କଟ ତ ଦୂରର କଥା ଏ ଶବ୍ଦ ବୋଧ ହୁଏ ସମସ୍ତଙ୍କ ପାଇଁ ବିରକ୍ତିକର ଓ ଯନ୍ତ୍ରଣା ଦାୟକ । କାରଣ ବିଦ୍ୟୁତ୍‌ ଚାଲିଗଲା ପରେ ସମସ୍ତେ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କ ଉପରେ ବିରକ୍ତି ପ୍ରାକାଶ କରିଥାନ୍ତି । ଆଉ କେହି କେହି ଫୋନ୍‌ କରି ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥାନ୍ତି । ଆଉ ଯଦି ସେହି ପାଓ୍ୱାର କଟ ପଛରେ କୌଣସି ମଣିଷ ନଥାଇ କେହି ପକ୍ଷୀ ରହିଥାଏ । ତାହେଲେ ତ କଥା ସରିଲା । ଏପରି ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି ଆମେରିକାର କାଲିଫର୍ନିଆରୁ ।

ପକ୍ଷୀ ପାଇଁ ହଜାର ହଜାର ଘର ଅନ୍ଧାର ହୋଇଯାଇଥିବା କୁହାଯାଉଛି । ଖାଲି ସେତିକି ନୁହେଁ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କଟିବା କାରଣରୁ ୧୪ ହଜାରରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଗଷ୍ଟ ୨୪ ତାରିଖରେ ଏପରି ଏକ ଘଟଣା ଘଟିଛି । କୌଣସି ମଣିଷ କି ବିଦ୍ୟୁତ୍‌ ବିଭାଗର କର୍ମଚାରୀ ଏଥି ପାଇଁ ଦାୟୀ ନୁହେଁ ବରଂ ଗୋଟିଏ ପକ୍ଷୀର ଭୁଲ ପାଇଁ ଏପରି ଘଟିଥିବା କହିଛି ବିଦ୍ୟୁତ୍‌ ବିଭାଗ ।

ଏହି ଘଟଣାକୁ ନେଇ ବିଦ୍ୟୁତ୍‌ ବିଭାଗ ତାର ପ୍ରତିକ୍ରିୟା ରଖିଥିବା ବେଳେ ଏଥି ପାଇଁ ସେମାନେ ଦାୟୀ ନୁହଁନ୍ତି ବୋଲି ସେ ଦୃଢ଼ୋକ୍ତି ବଢ଼ିଛନ୍ତି । ତାହା ସହ ସେ ଆହୁରି ମଧ୍ୟ କହିଛନ୍ତି, କାଲିଫର୍ନିଆରେ ୧୪ ହଜାର ଘରେ ବିଦ୍ୟୁତ୍‌ କଟିବାର କାରଣ କୌଣସି ବୈଷୟିକ ତ୍ରୁଟି ଯୋଗୁ ହୋଇନାହିଁ । କି ଏଥିରେ କୌଣସି ମଣିଷଙ୍କ ସମ୍ପୃକ୍ତି ନାହିଁ । କେବଳ ଏହା ପକ୍ଷୀ ​‌ଯୋଗୁ ହୋଇଛି । ଦେଘ ଘଣ୍ଟା ଧରି କର୍ଲିଫନିଆ ଅନ୍ଧାର ହୋଇଛି । ଅଧିକାରୀ ମାନେ କହିଛନ୍ତି ଯେ ସବଷ୍ଟେସନର ଏକ ଉପକରଣ ସହିତ ପକ୍ଷୀ ମୁହାଁମୁହିଁ ହୋଇଥିଲେ । ଯାହାଦ୍ୱାରା ବିଦ୍ୟୁତ୍‌ କଟିଯାଇଥିଲା । ଫଳରେ ହଜାର ହଜାର ଲୋକ ଅନ୍ଧାରରେ ରହିଥିଲେ ।

Comments are closed.