www.samajalive.in
Monday, December 8, 2025
13.1 C
Bhubaneswar

ମଧ୍ୟପ୍ରଦେଶ ଓ ମିଜୋରାମ୍‍ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର କାର୍ଯ୍ୟ

ଭୋପାଳ : ମଧ୍ୟପ୍ରଦେଶ ଓ ମିଜୋରାମ୍‍ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର କାର୍ଯ୍ୟ ଶେଷ ହେବ। ତେଣୁ ଶେଷ ମୁହୂର୍ତ୍ତରେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ବିଦିଶା ଓ ଜବଲପୁରଠାରେ ଦୁଇଟି ଜନସମାବେଶରେ ଉଦବୋଧନ ଦେଇଛନ୍ତି। ସେହିଭଳି ଅନ୍ୟ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତ କରି ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‍ ଦେବାକୁ ମତଦାତାଙ୍କୁ ନିବେଦନ କରୁଛନ୍ତି।
ସେହିଭଳି ମିଜୋରାମରେ ମଧ୍ୟ ମତଦାତାଙ୍କୁ ନିଜ ସପକ୍ଷରେ ଆଣିବାଲାଗି ରାଜନୈତିକ ଦଳମାନେ ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଶାସକ କଂଗ୍ରେସ ଓ ବିରୋଧି ଦଳ ଏମଏନଏଫ ଓ ଜେଡପିଏମ୍‍ ଜୋରସୋରରେ ପ୍ରଚାର ଚଳାଇଛନ୍ତି।
୪୦ ଆସନ ବିଶିଷ୍ଟ ମିଜୋରାମରେ  ବିଧାନସଭା ନିର୍ବାଚନ ପାଇଁ ମୋଟ ୨୦୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିପରି ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମୋଟ ୨୯୦୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।
ଉଭୟ ରାଜ୍ୟରେ ଆସନ୍ତା ବୁଧବାର ୨୮ ତାରିଖ ଦିନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୧୧ ତାରିଖରେ ଫଳାଫଳ ଘୋଷଣା କରାଯିବ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories