www.samajalive.in
Saturday, December 6, 2025
15.1 C
Bhubaneswar

ୟୁପି,ଗୁଜରାଟ,ମହାରାଷ୍ଟ୍ର ଓ ପ.ବଙ୍ଗରେ ବିଜେପି ଆଗୁଆ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଭାରତୀୟ ଜନତା ପାର୍ଟି ପାଇଁ ଶୁଭଙ୍କର ହୋଇଛି। ଦେଶର ସମସ୍ତ ବଡ଼ ବଡ଼ ରାଜ୍ୟ ତଥା ଅଧିକ ଲୋକସଭା ଆସନ ଥିବା ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଯାଉଛି।
୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ୫୯ଟି ଆସନରେ ଆଗୁଆ ରହିଛି। ଯଦିଓ ଗତଥର ବିଜେପି ଏଠାରୁ ୭୧ ଆସନରେ ବିଜୟୀ ହୋଇଥିଲା, ତେବେ ଏଥର ସପା-ବସପା ମେଣ୍ଟ ସତ୍ତ୍ବେ ବିଜେପି ଭଲ ପ୍ରଦର୍ଶନ କରିଛି। ଏଠାରେ ବହୁଜନ ସମାଜ ପାର୍ଟି ୧୧ଟି ଆସନରେ ଆଗୁଅ ଥିବା ବେଳେ ସମାଜବାଦୀ ପାର୍ଟି ୬ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି।
ସେହିପରି ଗୁଜରାଟରେ ବିଜେପି ସମସ୍ତ ୨୬ଟି ଆସନରେ ଆଗୁଆ ରହି ବିଜୟ ସୁନିଶ୍ଚିତ କରିଛି।
ମହାରାଷ୍ଟ୍ରରେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ୨୨ଟି ଆସନରେ ଆଗୁଆ ରହିଛି। ଏଠାରେ ଶିବସେନା ୧୮ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୪ଟି ଆସନରେ ଆଗୁଆ ରହିଛି।
ପଶ୍ଚିମ ବଙ୍ଗର ୪୨ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୩, ବିଜେପି ୧୮ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories