MEllora 950×100

ପଞ୍ଚାୟତ ନିର୍ବାଚନ : ଚିକିଟିରେ ପ୍ରଚାର ଅଭିଯାନ ଜୋରଦାର

ଚିକିଟି : ଚଳିତ ପଞ୍ଚାୟତ ନିର୍ବାଚନର ଚିକିଟି ବ୍ଲକର ସୁନପୁର ପଂଚାୟତରେ ରାଜନୈତିକ କ୍ଷମତା ହାତେଇବାକୁ ଜୋରଦାର ପ୍ରଚାର କରି  ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ ମାନେ ପ୍ରୟାସ ଆରମ୍ଭ କରିଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ତଥା ବର୍ତ୍ତମାନର ବିଜେଡ଼ି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଗୋବିନ୍ଦ ବେହେରା ଓ ସରପଂଚ ପ୍ରାର୍ଥୀନୀ ମଞ୍ଜୁଲା ବେହେରା ପ୍ରଚାର ଅଭିଯାନକୁ ଜୋରଦାର କରିଚନ୍ତି। ଉଭୟ ପ୍ରାର୍ଥୀ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ସାଙ୍ଗରେ ଅନେକ ବରିଷ୍ଠ କର୍ମୀ ବୁଲୁଛନ୍ତି । ସୂଚନା ଯୋଗ୍ୟ ଯେ ଗୋବିନ୍ଦ ବେହେରା ଗତ ନିର୍ବାଚନରେ ବିଜେଡ଼ିର ଜିଲ୍ଲା ପରିଷଦସଭ୍ୟ ଭାବେ ଜିତିଥିଲେ ଓ ମଞ୍ଜୁଳା ବେହେରା କ୍ରମାଗତ ଦୁଇ ଥର ସୁନପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ନିର୍ବାଚନ ରଣାଙ୍ଗନରେ ପୁଣି ଅବତୀର୍ଣ୍ଣ ହୋଇଥିବାରୁ ଜୋରଦାର ପ୍ରଚାର ଚାଲିଛି ଓ ଗୋବିନ୍ଦ ଲୋକଙ୍କ ନିକଟତର ହେଉଛନ୍ତି ।

Comments are closed.