www.samajalive.in
Sunday, December 14, 2025
14.1 C
Bhubaneswar

ନିର୍ବାଚନୀ ମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଜାଭଦେକର

ବ୍ରହ୍ମପୁର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଦେକର ଦୁଇ ଦିନିଆ ବ୍ରହ୍ମପୁର ଗସ୍ତରେ ଆସି ମଙ୍ଗଳବାର ଦ୍ବିତୀୟ ଦିନରେ ଛତ୍ରପୁର ଓ ଦିଗପହଣ୍ଡି କର୍ମୀଙ୍କୁ ଭେଟିଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନର କର୍ମୀ ଓ ନେତାଙ୍କୁ ଭେଟି ଆଗାମୀ ନିର୍ବାଚନରେ ଦଳ କିପରି ବିଜୟ ଲାଭ କରିବ ସେ ନେଇ ଆଲୋଚନା କରିବା ସହ  ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଜାତୀୟ ସଭାପତି ଅମିତ ଶାହାଙ୍କ ମିଶନ୍-୧୨୦କୁ ସାକାର ରୂପ ଦେବା ପାଇଁ ତଥା ଓଡ଼ିଶାରେ ପଦ୍ମଫୁଲ ଫୁଟାଇବା ପାଇଁ ଦଳର ତୁଙ୍ଗ ନେତା ମାନେ ଅଣ୍ଟା ଭିଡିଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପ୍ରଭାରୀ ରୂପେ ଦାୟିତ୍ୱ ନେଇଥିବା ଶ୍ରୀ ଜାଭେଦକର ଏଥିପାଇଁ ବ୍ରହ୍ମପୁରରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଗୋପାଳପୁର, ଚିକିଟି, ମୋହନା, ପାରଳାଖେମୁଣ୍ଡି, ବ୍ରହ୍ମପୁର , ଦିଗପହଣ୍ଡି ଓ ଛତ୍ରପୁରର କର୍ମୀ ଓ ନେତାଙ୍କୁ ଭେଟି ସେମାନଙ୍କର ମତମତା ନେବା ସହ ଦଳର ବିଜୟ ପାଇଁ କିଛି ରଣକୌଶଳ ମଧ୍ୟ ବତାଇଥିଲେ । ଏହା ପରେ ମନ୍ତ୍ରୀ ସାମ୍ବାଦିକମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ ।  ସମଗ୍ର ଭାରତ ବର୍ଷରେ ଏକକାଳୀନ ନିର୍ବାଚନ କରାଇ ନେବା ପାଇଁ ଅନେକଙ୍କର ମତ ରହିଛି । ଆଉ ଆମ ଦଳର ମଧ୍ୟ ସେହି ଏକା ମତ ବୋଲି ମନ୍ତ୍ରୀ କହିଥିଲେ ।

ସେହିପରି ଓଡ଼ିଶାରେ ଲୋକତନ୍ତ୍ର ନୁହଁ ବିଜେଡ଼ି ତନ୍ତ୍ର ଚାଲିଛି ସେ ବୋଲି କହିଥିଲେ । କେନ୍ଦ୍ରର ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ କରାଇ ନେଇ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରୁ ବଂଚିତ କରିବା ସହ ନିଜ ଲୋକଙ୍କୁ ଦେଉଛି ବୋଲି ସେ ଅଭିଯୋଗ କରିଥିଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ପୁଲିସ ବାରମ୍ବାର ମିଥ୍ୟା ମାମଲା ରୁଜୁ କରୁଛି ବୋଲି ସେ କହିବା ସହ ବିଜେଡ଼ି ସରକାରଙ୍କ ଉପରେ ଲୋକଙ୍କ ଅସନ୍ତୋଷ ରହିଛି ଓ ଆଗାମୀ ନିର୍ବାଚନରେ ଲୋକେ ବିଜେପିକୁ ଓଡ଼ିଶାରେ ଭୋଟ ଦେଇ କ୍ଷମତାଧୀନ କରାଇବେ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭ୍ରୁଗୁବକ୍ସି ପାତ୍ର, ସମ୍ପାଦକ ବିଭୂତି ଜେନା, ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories