www.samajalive.in
Saturday, December 6, 2025
14.1 C
Bhubaneswar

ଇଭିଏମ୍‌ରେ ତ୍ରୁଟି ; ମତଦାନ ବାଧାପ୍ରାପ୍ତ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇସାରିଛି। ଭୋଟରମାନେ ୪ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ କରୁଛନ୍ତି। ତେବେ ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତେକ ବୁଥରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବରେ ହୋଇଛି।

ଇଭିଏମ୍ ତ୍ରୁଟି ଯୋଗୁଁ ଜୟପୁରର ପାରାବେଡା ହାଇସ୍କୁଲରେ ମତଦାନ ୪୫ମିନିଟ ବିଳମ୍ବରେ ହୋଇଛି। ଚିକ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ମାଲକାନଗିରି ଜିଲାର ୧୦ଟି ବୁଥରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି। ସେହିପରି ଗୁଣପୁର ପଦ୍ମପୁର ବ୍ଲକ ୧୧୨ନମ୍ବର ବୁଥରେ ଭିଭିପାଟ୍‌ ଅଚଳ ହୋଇଥିବା ଜଣାପଡିଛି। ଜୁନାଗଡର କୁହୁରା ଓ କଣ୍ଟାମାଳ ବୁଥରେ ଭିଭିପାଟ୍‌ ଅଚଳ ହୋଇଛି। ଉମରକୋଟ ବ୍ଲକର ୨ଟି ଓ ରାଇଘର ବ୍ଲକର ଗୋଟିଏ ବୁଥରେ ଇଭିଏମ୍‌ ଅଚଳ ହୋଇଯାଇଛି।

- Advertisement -

ଇଭିଏମରେ ତ୍ରୁଟି ଓ ଭିଭିପାଟ୍‌ ଅଚଳ ହୋଇଥିବା କାରଣରୁ ଅନେକ ସ୍ଥାନରେ ଭୋଟରମାନେ ଫେରି ଯାଉଥିବା ଦେଖିବାକୁ ମିଳିଛି। ଏହି କାରଣରୁ ମତଦାନ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories