www.samajalive.in
Saturday, December 13, 2025
23.1 C
Bhubaneswar

ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ : ମୈଦାନରେ ୬୭୨ ଜଣ ପ୍ରାର୍ଥୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ  ପାଇଁ  ଶନିବାର ଅର୍ଥାତ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିଲା।  ନିର୍ବାଚନ କମିଶନ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଅବାଧ ଓ ନିରପେକ୍ଷ ଭୋଟ୍‍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ୍‍ ୬୭୨ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ନୂଆଦିଲ୍ଲୀ ଆସନରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ପଟେଲନଗର ଆସନରେ ସର୍ବନିମ୍ନ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୧ କୋଟି ୪୭ ଲକ୍ଷ ମତଦାତା ଆସନ୍ତାକାଲି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସର୍ବମୋଟ୍‍ ୭୫୦ଟି ଭୋଟ୍‍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି।

ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ରଣବୀର ସିଂହ କହିଛନ୍ତି ଅବାଧ ଓ ନିରପେକ୍ଷ ଭୋଟ୍‍ ଗ୍ରହଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି ଭୋଟରମାନଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପମାନ ନିଆଯାଇଛି ଓ ବହୁସଂଖ୍ୟାରେ ଭୋଟରମାନେ ଆସି ମତଦାନ କରିବାକୁ ସେ ନିବେଦନ କରିଛନ୍ତି। ମତଦାନ କାର୍ଯ୍ୟ ସୂଚାରୁ ରୂପେ ସଂପନ୍ନ କରିବା ଲାଗି ଦିଲ୍ଲୀ ପୋଲିସ୍‍ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୪୦ ହଜାର ପୋଲିସ କର୍ମଚାରୀ ଓ ଅନେକ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ ଯବାନଙ୍କୁ ଭୋଟ୍‍ଗ୍ରହଣ କେନ୍ଦ୍ରଗୁଡ଼ିକରେ ମୁତୟନ କରାଯାଇଛି।

- Advertisement -
Image Tweeted by @ ECISVEEP

ଦିଲ୍ଲୀ ପୋଲିସର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ସମ୍ବେଦନଶୀଳ ଭୋଟ୍‍ଗ୍ରହଣ କେନ୍ଦ୍ର ଓ ଭୋଟଗଣତି କେନ୍ଦ୍ରଗୁଡ଼ିକରେ ଇଲେକ୍‍ଟ୍ରୋନିକ୍‍ ଭୋଟିଂ ମେସିନ୍‍ଗୁଡ଼ିକର ସୁରକ୍ଷା ପାଇଁ ଅତିରିକ୍ତ ଯବାନମାନଙ୍କୁ ମୁତୟନ କରାଯାଇଛି। ଭୋଟ୍‍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟବେକ୍ଷକ ଦଳଗୁଡ଼ିକୁ ମୁତୟନ କରାଯାଇଥିବା ବେଳେ ଫ୍ଲାଇଙ୍ଗ୍‍ ସ୍କ୍ୱାର୍ଡମାନଙ୍କୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେ କହିଛନ୍ତି, ବିପଦର ଆଶଙ୍କା ଥିବା ଅଞ୍ଚଳ ଗୁଡ଼ିକରେ ସ୍ୱତନ୍ତ୍ର ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ପ୍ରକାରର ଅର୍ଥବଳ କିମ୍ବା ବାହୁବଳର ପ୍ରୟୋଗ ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଶନିବାର ଭୋର ଚାରିଟାରୁ ଦିଲ୍ଲୀ ମେଟ୍ରୋ ଏହାର ରେଳସେବା ଆରମ୍ଭ କରିବ। ଭୋଟରମାନଙ୍କୁ ସହଜରେ ଯାଇ ମତଦାନ କରିବାକୁ ସାହାଯ୍ୟ କରିବା ପାଇଁ ଦିଲ୍ଲୀ ମେଟ୍ରୋ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories