www.samajalive.in
Wednesday, December 10, 2025
14.1 C
Bhubaneswar

ନବନିର୍ବାଚିତ ସାଂସଦଙ୍କ ରହିବା ପାଇଁ ଲୋକସଭା ସଚ୍ଚିବାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି

ନୂଆଦିଲ୍ଲୀ : ନବନିର୍ବାଚିତ ସାଂସଦମାନଙ୍କୁ ଅସ୍ଥାୟୀ ଭାବେ ହୋଟେଲ ଗୁଡ଼ିକରେ ରହିବା ବ୍ୟବସ୍ଥାକୁ ଲୋକସଭା ସଚିବାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ସପ୍ତଦଶ ଲୋକସଭା ପାଇଁ ନବନିର୍ବାଚିତ ସାଂସଦମାନଙ୍କୁ ୱେଷ୍ଟର୍ଣ୍ଣ କୋର୍ଟ ଏବଂ ଏହାର ନବନିର୍ମିତ ଆନେକ୍ସ ପରିସର ଏବଂ ରାଜଧାନୀ ଦିଲ୍ଲୀରେ ଥିବା ବିଭିନ୍ନ ରାଜ୍ୟର ଅତିଥି ଭବନ ଗୁଡ଼ିକରେ ରଖାଯିବ। ଏନେଇ ଲୋକସଭା ସଚ୍ଚିବାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଲୋକସଭା ସେକ୍ରେଟାରୀ ଜେନେରାଲ୍‍ ସ୍ନେହଲତା ଶ୍ରୀବାସ୍ତବ ସପ୍ତଦଶ ଲୋକସଭା ପାଇଁ ସଦସ୍ୟମାନଙ୍କ ରହଣୀ ବ୍ୟବସ୍ଥା ସଂକ୍ରାନ୍ତରେ ମ୍ବାଦିକମାନଙ୍କୁ ସୂଚନା ଦେଇ ଏହା କହିଛନ୍ତି । ସବୁ ସଂସଦୀୟ ନିର୍ବାଚନ ମଣ୍ଡଳୀଗୁଡ଼ିକର ରିଟର୍ଣ୍ଣିଂ ଅଫିସରମାନଙ୍କୁ ଏହି ନୂଆ ବ୍ୟବସ୍ଥା ସଂକ୍ରାନ୍ତରେ ଜଣାଇ ଦିଆଯାଇଛି । ସଂସଦ ଭବନରେ ପହଞ୍ଚିବା ପରେ ନବନିର୍ବାଚିତ ସାଂସଦମାନଙ୍କୁ ଆଗରୁ ଅସ୍ଥାୟୀ ପରିଚୟପତ୍ର ଦିଆଯାଉଥିଲା କିନ୍ତୁ ଏବେଠାରୁ ସେମାନେ ପହଞ୍ଚିବା ମାତ୍ରକେ ସ୍ଥାୟୀ ପରିଚୟ ପତ୍ର ଦିଆଯିବ । ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର ଓ ଦିଲ୍ଲୀ ରେଳ ଷ୍ଟେସନରେ ସେମାନେ ପହଞ୍ଚିବା ପରେ ତାଙ୍କୁ ଆଣିବା ପାଇଁ ଗାଇଡ୍‍ ପୋଷ୍ଟଗୁଡ଼ିକର ବ୍ୟବସ୍ଥା କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories