www.samajalive.in
Thursday, December 11, 2025
18.1 C
Bhubaneswar

ଫନୀ ସହାୟତା ପାଇଁ ବିଭିନ୍ନ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଗୁଡିକୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଓଏନ୍‍ଜିସି, ବିପିସିଏଲ୍‍, ଓଆଇଏଲ, ଏଚ୍‍ପିସିଏଲ, ଗେଲ୍‍ ଓ ଆଇଓସିଏଲ୍‍ ଭଳି ପ୍ରମୁଖ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଓଡିଶାର ପୁନରୁଦ୍ଧାର ପାଇଁ ମୋଟ ୨୮ କୋଟି ୨୦ ଲକ୍ଷ ଟଙ୍କା ଦେଇଛନ୍ତି
– ମାଗଣା କିରୋସିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୨୦ କୋଟି ପ୍ରଦାନ କରିଛି ଓଆଇଏଲ୍‍
– ଆଇଓସିଏଲ୍‍ ତରଫରୁ ପୁରୀ ଶ୍ରୀ ମନ୍ଦିରକୁ ୫ କୋଟି ଟଙ୍କା ପ୍ରଦାନ
– ପୁରୀ ଜଗନ୍ନାଥ ଓ କୋଣାକର୍ର୍ ସୂର୍ଯ୍ୟ ମନ୍ଦିର ମରାମତି କାର୍ଯ୍ୟ ପାଇଁ ଏଏସ୍‍ଆଇକୁ ୫ କୋଟି ଟଙ୍କା ପ୍ରଦାନ କରିଛି ଓଏନ୍‍ଜିସି
– ଅତିରିକ୍ତ ୫ କୋଟି ଟଙ୍କା ମୂଲ୍ୟର ରିଲିଫ ସାମଗ୍ରୀ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ଯୋଗାଇ ଦିଆଯାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର :  ସାମୁଦ୍ରିକ ବାତ୍ୟା ‘ଫନୀ’ରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଓଡିଶାର ପୁନରୁଦ୍ଧାର ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ନିମନ୍ତେ ବିଭିନ୍ନ  ରାଷ୍ଟାୟତ ତୈଳ ଉଦ୍ୟୋଗ ଗୁଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଓଆଇଲ, ଓଏନ୍‍ଜିସି, ବିପିସିଏଲ୍‍, ଏଚ୍‍ପିସିଏଲ,ଗେଲ୍‍ ଓ ଆଇଓସିଏଲ୍‍ ଭଳି ପ୍ରମୁଖ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓଡିଶାର ଏହି ଦୁଃଖଦ ଘଡିରେ ସହଯୋଗର
ହାତ ବଢାଇଥିବାରୁ ଶ୍ରୀ ପ୍ରଧାନ ଏହାର ଭୂୟଂସୀ ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପୁନରୁଦ୍ଧାର ପାଇଁ ଓଏନ୍‍ଜିସି, ବିପିସିଏଲ୍‍, ଏଚ୍‍ପିସିଏଲ, ଗେଲ୍‍ ଓ ଆଇଓସିଏଲ୍‍ ଭଳି ପ୍ରମୁଖ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ୫ କୋଟି ଲେଖାଏଁ ଅର୍ଥାତ୍‍ ମୋଟ ୨୫ କୋଟି ଟଙ୍କାର ଆର୍ଥିକ ସହୟତା ଦେଇଥିବା ବେଳେ ଓଆଇଲ୍‍ ୩.୨୦ କୋଟି ଟଙ୍କା ଆର୍ଥିକ ସହାୟତା ଓଡିଶାକୁ ଯୋଗାଇ ଦେଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମୁଦ୍ରିକ ଝଡ ‘ଫନୀ’ରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମାଗଣାରେ ୧ ହଜାର କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ଏହାର ମୂଲ୍ୟସ୍ୱରୂପ ୩.୨୦ କୋଟି ଟଙ୍କାର ଚେକ୍‍ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ (ଓଆଇଏଲ୍‍) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରାଯାଇଛି। ଆଇଓସିଏଲ୍‍ ପୁରୀ ଶ୍ରୀ ମନ୍ଦିରକୁ ୫ କୋଟି ଟଙ୍କା ପ୍ରଦାନ କରିବା ସହ ପୁରୀ ଜଗନ୍ନାଥ ଓ ସୂର୍ଯ୍ୟ ମନ୍ଦିର ମରାମତି ପାଇଁ ଏଏସ୍‍ଆଇକୁ
ଓଏନ୍‍ଜିସି ୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଅତିରିକ୍ତ ୫ କୋଟି ଟଙ୍କା ମୂଲ୍ୟର ଅନ୍ୟାନ୍ୟ ରିଲିଫ ସାମଗ୍ରୀ ଯଥା ଖାଦ୍ୟ, ଔଷଧ, ପଲିଥିନ୍‍ ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ବାତ୍ୟା ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାତ୍ୟା ଫନୀର ୨୪ ଘଣ୍ଟା ମଧ୍ୟରେ ତୈଳ ଓ ରନ୍ଧନ ଗ୍ୟାସ ଯୋଗାଇ ଦେବା କାମର ପୁନରୁଦ୍ଧାର କରାଯାଇଥିଲା । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ୧୬୨ଟି ଏଲପିଜି ବିତରଣ କେନ୍ଦ୍ରକୁ ଦୁଇ ଦିନ ମଧ୍ୟରେ ପୁନଃକାର୍ଯ୍ୟକ୍ଷମ କରି ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଥିଲା। ସେହିଭଳି ବାତ୍ୟାରେ ୨୩୪ ଟି ପେଟ୍ରୋଲ ପମ୍ପରୁ ୨୦୦ଟି କ୍ଷତିଗ୍ରସ୍ତ ହୋଇଥିବା ସ୍ୱତ୍ୱେ ମଇ ୧୦ରେ ପୁରୀରେ ୩ ଲକ୍ଷ ଲିଟର ପେଟ୍ରୋଲ ଓ ଡିଜେଲ ବିକ୍ରୀ ହୋଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏତଦବ୍ୟତିତ ଖୋଦ୍ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶାର ଦୁଃଖଦ ଘଡିରେ ନିଜ ୧ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଓଡିଶା ପାଇଁ ଅନେକ ଆର୍ଥିକ ସହଯୋଗର ହାତ ବଢାଇଥିବା ବେଳେ ଓଡିଶାକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ ଏହି ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories