www.samajalive.in
Thursday, December 11, 2025
18.1 C
Bhubaneswar

ଦୃଢ ଇଚ୍ଛାଶକ୍ତି – ଖେତ ଭିତରେ ୪ ଦିନ ଧରି ନିଖୋଜ ଥିବା ଏକ ବର୍ଷର ଶିଶୁକନ୍ୟା ଭୋକିଲା ଓ ଆହତ ଅବସ୍ଥାରେ ଉଦ୍ଧାର

ବାଗପତ .- ଉତ୍ତରପ୍ରଦେଶର ବାଗପତରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ବର୍ଷର ଏକ ଶିଶୁ କନ୍ୟା ଏକ ଖେତ ଭିତରେ ନିଖୋଜ ହୋଇଯାଇଥିଲା । ଭୋକରେ ଥିବା ସତ୍ତ୍ୱେ ସେ ହାର ମାନି ନଥିଲା । ଭୋକିଲା ଓ ଆହତ ଅବସ୍ଥାରେ ବି ସେ ଗୁରୁଣ୍ଡୁ ଥିଲା । ୪ ଦିନ ପରେ ଶିଶୁ କନ୍ୟା ଟି ଗୁରୁଣ୍ଡି ଗୁରୁଣ୍ଡି ଏକ ଛୋଟ ମନ୍ଦିର ନିକଟରେ ପହଞ୍ଚିଥିଲା ।
ଲୋକମାନେ ତାକୁ ଦେଖିଥିଲେ । ପରେ ସେହି ବିଲ ଭିତରେ ଏକ ମହିଳାଙ୍କ ଶବ ପଡିଥିବା ଦେଖିବାକୁ ମିଳିଥିଲା । ସେ ତାହାର ମାଆ ହୋଇଥିବା ବିଶ୍ୱାସ କରାଯାଉଛି । ଶିଶୁ କନ୍ୟାର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିଲା । ତାହାର କପାଳ ହାଡରେ ଆଘାତ ଲାଗିଛି । ଶିଶୁ କନ୍ୟାର ଏବେ ଚିକିତ୍ସା କରାଯାଉଛି । ଏହି ଚାରି ଦିନ ମଧ୍ୟରେ ଦୁଇ ଦିନ ବର୍ଷା ମଧ୍ୟ ହୋଇଥିଲା । କୌଣସି ଏକ ଧାରୁଆ ଜିନିଷରେ ପିଲାଟିର ବାମ ମୁଣ୍ଡକୁ ଆଘାତ ଦିଆଯାଇଥିଲା । ସେଠାରେ ଘାଆ ହୋଇ ଥିବାରୁ ଡାକ୍ତର ତାକୁ ସିଲାଇ କରି ନାହାନ୍ତି । ଶରୀରରେ କିଛି ସ୍ଥାନରେ ପୋକ ଲାଗି ସଂକ୍ରମଣ ହୋଇଛି । ଆଣ୍ଟିବାଓଟିକ ଦିଆଯାଇ ତାହାର ଚିକିତ୍ସା କରାଯାଉଛି । ରେଖାନାମକ ମହିଳା କନେଷ୍ଟବଳ ହସପିଟାଲ୍‌ରେ ପିଲାଟିର ଯତ୍ନ ନେଉଛନ୍ତି । ଆଗ ଅପେକ୍ଷା ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଉଦ୍ଧାର ହେବା ପରେ ପିଲାଟି ଚେତା ହରାଇଥିଲ । ତେବେ ପିଲାଟିର କିମ୍ବା ମୃତମହିଳାଙ୍କର ପରିଚୟ ମିଳି ନାହିଁ ପୁଲିସ ସେମାନଙ୍କ ଫଟୋକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେୟାର କରିଛି । ପିଲାଟିର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ଉନ୍ନତି ଆସିବ ବୋଲି ସମସ୍ତ ଆଶା ରଖିଛନ୍ତି ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories