www.samajalive.in
Tuesday, December 9, 2025
15.1 C
Bhubaneswar

ସୁପ୍ରିମକୋର୍ଟ ଯୌନ ଉତ୍ପୀଡ଼ନ ମାମଲା: ବିବାଦ ଘେରରେ ରେଜିଷ୍ଟ୍ରାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ମାମଲା ଆଣିଥିବା ସେହି କୋର୍ଟର ପୂର୍ବ ମହିଳା କର୍ମଚାରୀଙ୍କୁ ପଦରୁ ବହିଷ୍କାର ପୂର୍ବରୁ ହୋଇଥିବା ତଦନ୍ତ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ସୂର୍ଯ୍ୟ ପ୍ରତାପ ସିଂହ କରିଥିଲେ ଏବଂ ସେ ଜଷ୍ଟିସ ଗୋଗୋଇଙ୍କୁ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଥିବାବେଳେ ଜାଣିଥିଲେ। ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଏପ୍ରିଲ ୨୦୧୯ରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଅବଗତ କରାଇଥିଲେ ଯେ ସେ ମୁଖ୍ୟ ବିଚାରପତିଙ୍କ ବାସଭବନରେ କାର୍ଯ୍ୟ କରୁଥିବା ବେଳେ ୨୦୧୮ ଅକ୍ଟୋବରରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ୨୦୧୮ ଡିସେମ୍ବରରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା।

ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ସୂର୍ଯ୍ୟ ପ୍ରତାପ ସିଂହ

ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି କାର୍ଯ୍ୟକାଳ ସମୟରେ ସୂର୍ଯ୍ୟ ପ୍ରତାପ ସିଂହଙ୍କ ସମ୍ପର୍କକୁ ବିଚାରକୁ ନିଆଗଲେ ସମ୍ପୃକ୍ତ ମହିଳାଙ୍କ ବହିଷ୍କାର ଦିଗରେ ସୂର୍ଯ୍ୟ ପ୍ରତାପଙ୍କ ଭୂମିକା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସୂର୍ଯ୍ୟ ପ୍ରତାପ ଜଷ୍ଟିସ ଗୋଗୋଇଙ୍କ ଏତେ ନିକଟତର ଥିଲେ ଯେ ୨୦୧୨ରେ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ସର୍ଜରୀ ସମୟରେ ଜଷ୍ଟିସ ଗୋଗୋଇଙ୍କ ଦେଖାଶୁଣା କରୁଥିଲେ। ଜଷ୍ଟିସ ଗୋଗୋଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବାର କିଛି ଦିନ ପୂର୍ବରୁ ସୂର୍ଯ୍ୟ ପ୍ରତାପ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଭାବେ ଯୋଗ ଦେଇଥିଲେ।

- Advertisement -

ଅନ୍ୟ ଏକ ସୂଚନା ଅନୁଯାୟୀ ରେଜିଷ୍ଟ୍ରାର ସୂର୍ଯ୍ୟ ପ୍ରତାପ ସିଂହ କାର୍ଯ୍ୟରୁ ବହିଷ୍କାର ହୋଇଥିବା ମହିଳା କର୍ମଚାରୀଙ୍କ ଦଲିଲ ଶୁଣି ନ ଥିଲେ ଏବଂ ବାହାରର କୌଣସି ବ୍ୟକ୍ତିଙ୍କ ସାହାଯ୍ୟ ନେବା ପାଇଁ ବାରଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories