ଜାତିସଂଘ : ବିଶ୍ୱରେ ପ୍ରତିବର୍ଷ ପାଖାପାଖି ୮୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଏହି ସଂଖ୍ୟାର ପାଞ୍ଚ ଭାଗରୁ ଚାରିଭାଗ ଆତ୍ମହତ୍ୟା ଘଟଣା ବିଶେଷକରି ନିମ୍ନ ତଥା ମଧ୍ୟମ ଆୟକାରୀ ଦେଶଗୁଡିକରେ ଘଟୁଛି। ୨୦୧୬ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରାୟତଃ ୧୫ରୁ ୨୯ ବର୍ଷ ବୟସ୍କ ଯୁବପିଢିଙ୍କ ମୃତ୍ୟୁର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାରଣ ଆତ୍ମହତ୍ୟା। ଏହି ଆକଳନକୁ ଦୃଷ୍ଟିରେ ରଖି ଆତ୍ମହତ୍ୟାରୁ ନିବୃତ୍ତ ରହିବା ଲାଗି ସଚେତନତା ସୃଷ୍ଟି ନିମନ୍ତେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ହୁ) ଏବଂ କାନାଡାର ମାନସିକ ସ୍ୱାସ୍ଥ୍ୟ କମିସନ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରେ ସୋମବାର ଏକ ଟୁଲକିଟ୍ର ଉନ୍ମୋଚନ ଅବସରରେ ଏହି ସୂଚନା ପ୍ରକାଶ ପାଇଛି।
Popular Categories



