www.samajalive.in
Sunday, December 14, 2025
23.1 C
Bhubaneswar

କେନାଲକୁ ଖସିଲା ବସ୍‌; ୨୧ ମୃତ

ଇଜିଫ୍ଟର: ଇଜିଫ୍ଟର ଉତ୍ତରାଞ୍ଚଳ ଆଗା ସହରରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । କେନାଲ ଭିତରକୁ ଏକ ଯାତ୍ରୀବିହୀ ବସ୍‌ ଖସିପଡ଼ିବା ଫଳରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ, ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା ନେଇ କୁହାଯାଇଛି । ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି ।

ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ନିକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇଜିପ୍ଟର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବସରେ କିଛି ତ୍ରୁଟିପୂର୍ଣ୍ଣ କାରଣ ଥିବାରୁ ଏହି ଦୁର୍ଘଟଣା ଘଟିଛି । ବସ୍‌ଟିରେ ମୋଟ୍‌ ୩୫ଜଣ ଯାତ୍ରୀ ଥିବା କୁହାଯାଇଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories