ବ୍ରହ୍ମପୁର: ବ୍ରହ୍ମପୁର ସହରରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରେ ଗୁରୁବାର ଭୋରୁ ଇଡି ଚଢ଼ଉ ଚଢ଼ଉ କରିଛି । ଇଡିର ଏକାଧିକ ଟିମ୍ ବ୍ରହ୍ମପୁର ଓ ବେଲଗୁଣ୍ଠାରେ ପହଞ୍ଚି ତଦନ୍ତ କରୁଛନ୍ତି । ଗଞ୍ଜାମ ଜିଲା ବେଲଗୁଣ୍ଠା ଅଞ୍ଚଳର ବ୍ୟବସାୟୀ ମନୋରଞ୍ଜନ ପଣ୍ଡାଙ୍କ ଘରେ ଏହି ଚଢଉ ଚାଲିଛି । ସେ ପୂର୍ବରୁ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ ଜଡ଼ିତ ଥିବା ଜଣାପଡ଼ିଛି । ତାଙ୍କ ନାମରେ ବ୍ରହ୍ମପୁର ଓ ଭୁବନେଶ୍ୱରରେ ୫୦ରୁ ଅଧିକ ପ୍ଲଟ୍ ଓ କୋଠା ରହିଛି । ବ୍ରହ୍ମପୁରରେ ଚାଲିଥିବା ଚଢ଼ଉରେ ଇଡିର ୬ ରୁ ୭ ଜଣ ଅଧିକାରୀ ସାମିଲ ଅଛନ୍ତି ।
Popular Categories



