ସମାଜ ଡିଜିଟାଲ ଡେସ୍କ: ବଙ୍ଗୋପସାଗରରେ ସୃଷ୍ଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତରେ ପରିଣତ ହେବା ପରେ ଏବେ ଗଭୀର ଅବପାତ ରୂପ ନେଇଛି । ଏହି ଅବପାତ ୨୦କି.ମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହୋଇଛି । ଦୀଘା ଠାରୁ ୧୧୦ କି.ମି ପୂର୍ବ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଅପରାହ୍ନରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ଅବପାତ ସାଗର ଦୀପ ଓ ଖେପୁପାରା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି ।
Popular Categories



