www.samajalive.in
Monday, December 8, 2025
27.1 C
Bhubaneswar

ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ

ସାକ୍ଷୀଗୋପାଳ: କୃଷି ବୈଜ୍ଞାନିକଙ୍କ ଦ୍ବାରା ଚାଷୀ ଭାଇଭଉଣୀମାନଙ୍କୁ ଚାଷ ସମ୍ବନ୍ଧୀୟ ସଦ୍ୟତମ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ସମୂହକୁ ତୃଣମୂଳ ସ୍ତରରେ ପହଞ୍ଚେଇବାର ଲକ୍ଷ୍ୟ ନେଇ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅନ୍ତର୍ଗତ ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଠାରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସ୍ଥାନୀୟ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ମହାନିର୍ଦ୍ଦେଶକ ଡଃ ଏମ୍. ଏଲ୍. ଜାଟ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିଂଦ କୁମାର ପାଢ଼ୀ, କୁଳପତି, ଓ.ୟୁ.ଏ.ଟି ଡଃ ପ୍ରଭାତ କୁମାର ରାଉଳ ଏବଂ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉପ ମହାନିର୍ଦ୍ଦେଶକ ମତ୍ସ୍ୟବିଜ୍ଞାନ, ଡଃ ଜୟକୃଷ୍ଣ ଜେନା ତଥା ଉପ ମହାନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ, ଡଃ ରାଜବୀର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ଅତିଥି ଗଣ ସ୍ଥାନୀୟ ବୀର ଗୋବିନ୍ଦପୁର ଠାରୁ କୃଷି ବିଜ୍ଞାନ କେନ୍ଦ୍ର ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ଯାଇ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲେ । ଏହା ପରେ “ଏକ ପେଡ ମା କେ ନାମ” ଧାରାକୁ ବଜାୟ ରଖ୍ ସମସ୍ତେ ବୃକ୍ଷରୋପଣ କରିବା ପରେ ବୃକ୍ଷରେ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

- Advertisement -

ମହାନିର୍ଦ୍ଦେଶକ ଡଃ ଏମ୍. ଏଲ୍. ଜାଟ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ଏହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । କୃଷି ବୈଜ୍ଞାନିକଙ୍କ ସହ ଚାଷୀ ଭାଇଭଉଣୀମାନଙ୍କୁ ସିଧା ସଳଖ ଆଲୋଚନାର ସୁଯୋଗ ପ୍ରଦାନ କରିବା ସହ ସ୍ମାର୍ଟ୍ କୃଷିକୁ ପ୍ରୋତ୍ସାହିତ କରି କୃଷି ଅର୍ଥନୀତିକୁ ତ୍ବରାନ୍ବିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ନିଜ ଅଭିଭାଷଣରେ କହିଥିଲେ । କୃଷି ବୈଜ୍ଞାନିକମାନେ ଗାଁକୁ କ୍ଷେତ ପରିଦର୍ଶନରେ ଯିବେ, ମାଟିର ମାନ ପରୀକ୍ଷା କରିବେ, ଫସଲ ସମସ୍ୟା ବୁଝିବେ, ଫସଲ ଉତ୍ପାଦନ କେତେ ହେଉଛି ଅନୁଧ୍ୟାନ କରିବେ। କୃଷକ ମାନଙ୍କର ଆୟ ଦ୍ବିଗୁଣିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ । କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଏହି ଅନନ୍ୟ ପଦକ୍ଷେପ ବିକଶିତ କୃଷି ସଂକଳ୍ପ ଅଭିଯାନର ସଙ୍ଗୀତ ଲୋକାର୍ପିତ କରାଯାଇଥିଲା ।

ଏହି ଅଭିଯାନକୁ ଲୋକାଭିମୁଖୀ କରେଇବା ପାଇଁ ଉପସ୍ଥିତି ଅତିଥିବୃନ୍ଦ ସ୍ଥାନୀୟ କୃଷକଙ୍କ ସହିତ ଭାବ ବିନିମୟ କରିବା ସହିତ ବିଭାଗର ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନାର ସାରାଂଶକୁ ନେଇ ପ୍ରସ୍ତୁତ କୃଷିରଥକୁ ପତାକା ଦେଖାଇ ଏହି ଯାତ୍ରାର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୃଷି ନିର୍ଦ୍ଦେଶକ ଶୁଭମ ସକସେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ପରିସରରେ ନବ ନିର୍ମିତ ଅଡ଼ିଟୋରିଅମ ଅତିଥିମାନେ ଉଦଘାଟନ କରିଥିଲେ।

୧୨ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ, ଏକାଠି ହେବେ ବୁଧ,ଗୁରୁ ଓ ସୂର୍ଯ୍ୟ, ଏହି ରାଶିଙ୍କ ପାଇଁ ଖୋଲିବେ ଧନର ଦ୍ୱାର, ହେବ ବିବାହ, ଅଟକି ରହବିନି କିଛି କାମ..

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories