www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆରମ୍ଭ

ଭୁବନେଶ୍ବର : କୋଣାର୍କ ସମେତ ୫ଟି ସ୍ଥାନରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ ଉତ୍ସବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକକାଳୀନ ଏହାର ଶୁଭାରମ୍ଭ କରିଛନ୍ତି। ୨୦୨୦ ଇକୋ-ରିଟ୍ରିଟ ଦେଶର କୋଣ ଅନୁକୋଣରୁ ଆସୁଥିବା ପର୍ୟ୍ୟଟକଙ୍କୁ ଓଡ଼ିଶାର ମନୋରମ ପର୍ୟ୍ୟଟନସ୍ଥଳୀଗୁଡ଼ିକର ଭରପୁର ମଜା ଉଠାଇବାରେ ବେଶ ସହାୟକ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ କହିଲେ ଯେ କୋଣାର୍କ ଓ କଚ୍ଚ ଉତ୍ସବ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ବେଶ ସହାୟକ ହୋଇଛି। ରାଜ୍ୟର ୫ଟି ସ୍ଥାନରେ ଏହାର ଆୟୋଜନ କରୁଥିବାରୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ସେ ଏହାର ସଫଳତା କାମନା କରିଛନ୍ତି। କୋଣାର୍କରେ ଗତବର୍ଷ ଆୟୋଜିତ ଇକୋ-ରିଟ୍ରିଟ ଉତ୍ସବର ସଫଳତାକୁ ଦେଖି ରାଜ୍ୟ ସରକାର ଚଳିତବର୍ଷ ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆଠାରେ ଏହାର ଶୁଭାରମ୍ଭ କରିଛନ୍ତି।


କୋଣାର୍କଠାରେ ଆୟୋଜିତ ଇକୋ-ରିଟ୍ରିଟ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର, ସାଂସଦ ଡ. ରାଜଶ୍ରୀ ମଲ୍ଲିକ୍, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଅତିରିକ୍ତ ଜିଲାପାଳ ବିନୟଭୂଷଣ ଦାସ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
ଭିତରକନିକାରେ ଆୟୋଜିତ ଉତ୍ସବରେ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ପ୍ରତାପ ଦେବ, ଶଶୀଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦାରିଙ୍ଗବାଡ଼ିରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଉଦୟଗିରି ବିଧାୟକ ସାଲୁଜା ପ୍ରଧାନ, ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, କନ୍ଧମାଳ ଜିଲାପାଳ ଉପସ୍ଥିତ ଥିଲେ। ହୀରାକୁଦଠାରେ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଆରଡିସି ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସାତକୋଶିଆଠାରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ କଟକ ଜିଲାପାଳ ଭବାନୀଶଙ୍କର ଚଇନୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ୫ଟି ସ୍ଥାନରେ ବିଭିନ୍ନ ଶ୍ରେଣୀର ମୋଟ ୧୪୫ଟି କଟେଜର ବ୍ୟବସ୍ଥା କରାଯାଇଛି। ୨୮ ଫେବୃଆରୀ ପର୍ୟ୍ୟନ୍ତ ଏହା ଚାଲିବ ବୋଲି ଜଣାପଡିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories