www.samajalive.in
Friday, December 12, 2025
26.1 C
Bhubaneswar

ଆଜିଠୁ ଇକୋ ରିଟ୍ରିଟ୍‌

ଭୁବନେଶ୍ବର: ପରିବେଶ ଭିତ୍ତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟରେ ଆଜିଠାରୁ ‘ଇକୋ ରିଟ୍ରିଟ୍‌’ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସିରେ ବୁଧବାର ୭ଟି ଜିଲାର ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଆଜି ଠାରୁ ୨୦୨୨ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ ଚାଲିବ। ପର୍ଯ୍ୟଟନ‌ କ୍ଷେତ୍ରର ବିକାଶ ସହିତ କରୋନା ମହାମାରୀ କାଳରେ କିଛି ଲୋକଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ମହାପାତ୍ର କହିଛନ୍ତି।

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ପର୍ଯ୍ୟଟନ ବିଭାଗର ଏହା ଏକ ନିଆରା ପ୍ରୟାସ। ମହାମାରୀ ସମୟରେ ପର୍ଯ୍ୟଟକମାନେ ବାହାର ରାଜ୍ୟ କିମ୍ବା ବିଦେଶ ଯିବା ପରିବର୍ତ୍ତେ ଓଡିଶାର ପ୍ରାକୃତିକ ପରିବେଶର ଭରପୂର ମଜା ନେଇପାରିବେ। ଇକୋରିଟ୍ରିଟ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେଉଥିବାରୁ ଚଳିତ ବର୍ଷ ଦୁଇଟି ନୂଆ ସ୍ଥାନରେ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପର୍ଯ୍ୟଟକମାନେ କୋଣାର୍କ ସମେତ ହୀରାକୁଦ, ଦାରିଙ୍ଗବାଡି, ସାତକୋଶିଆ, ଭିତରକନିକା ଓ ଗଞ୍ଜାମର ପତି ସୋନାପୁର ବେଳାଭୂମି ଓ କୋରାପୁଟ ପାହାଡ଼ ପାଦଦେଶରେ ଥିବା ପୁଟସିଲ୍ ଭଳି ପ୍ରାକୃତିକ ପରିବେଶ ଭିତରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ସୁବିଧା ପାଇପାରିବେ। ଇକୋ ରିଟ୍ରିଟର ଅସ୍ଥାୟୀ ତମ୍ବୁ ତଳେ ପର୍ଯ୍ୟଟକମାନେ ତାରକା ହୋଟେଲ ଓ ବାର୍ ଭଳି ବିଭିନ୍ନ ପ୍ରକାର ସୁବିଧା ପାଇପାରିବେ। ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଅତିଥିଙ୍କ ରହଣି ପାଇଁ ସ୍ବତନ୍ତ୍ର ଅସ୍ଥାୟୀ କୁଟୀର ନିର୍ମାଣ କରାଯିବା ସହିତ ସେମାନେ ଯେପରି ଅତ୍ୟାଧୁନିକ ସୁବିଧା ପାଇପାରିବେ ସେଥିନେଇ ବ୍ୟବସ୍ଥା କରାଯାଇଛି। ଏନେଇ କୁଟୀର ଗୁଡିକର ବୁକିଂ ଆରମ୍ଭ ହୋଇଯାଇଛି। ଭିତରକନିକା ଓ ହୀରାକୁଦ ପର୍ଯ୍ୟଟକଙ୍କ ଲାଗି ବୋଟିଂର ସୁବିଧା ରହିଛି। କୋଣାର୍କ ଏବଂ ଅନ୍ୟ ୪ଟି ଜାଗାରେ ଜଳକ୍ରୀଡ଼ାର ବ୍ୟବସ୍ଥା କରାଯିବ। ଏଥିସହ ଅତିଥିଙ୍କ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳକୁ କଟକଣା ମୁକ୍ତ କରିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ଓଡ଼ିଶା ପ୍ରତି ପର୍ଯ୍ୟଟକ ମାନେ ଯେପରି ଆକୃଷ୍ଟ ହେବେ ସେଥିପାଇଁ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ ସ୍ଥଳ ପ୍ରତି ଦୃଷ୍ଟି ଦେଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories