www.samajalive.in
Thursday, December 11, 2025
14.1 C
Bhubaneswar

ଶ୍ବାସକ୍ରିୟା ଜନିତ ଗୁରୁତର କୋଭିଡ୍ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି ଏକମୋ ଚିକିତ୍ସା

ଭୁବନେଶ୍ବର: ଆଜି କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ ଦୀର୍ଘମିଆଦି କୋଭିଡ୍, ଏକମୋ ଚିକିତ୍ସା, ହାପି ହାଇପୋକ୍ସିଆ ସମ୍ପର୍କରେ ପ୍ରଫେସର ବାନାମ୍ବର ରାୟ, ସମ୍ ହସ୍ପିଟାଲ, ଏବଂ ପ୍ରଫେସର ଜୟନ୍ତ କୁମାର ପଣ୍ଡା, ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ସୂଚନା ଦେଇଛନ୍ତି।
ଏକମୋ ଚିକିତ୍ସା: ଏକମୋ ବା ଏକ୍ସଟ୍ରା କର୍ପୋରିଆଲ୍ ମେମ୍ବରେନ୍ ଅକ୍ସିଜେନେସନ୍ ଚିକିତ୍ସା ବ୍ୟବସ୍ଥାରେ ଶ୍ବାସକ୍ରିୟା ଜନିତ ଗୁରୁତର କୋଭିଡ୍ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଏକମୋ ମେସିନ୍‌ରେ ଶରୀର ବାହାରେ ରକ୍ତର ଦୂଷିତତାକୁ ପରିଷ୍କାର କରି ଶରୀରର ବିଭିନ୍ନ ଅଙ୍ଗକୁ ଛଡାଯାଇଥାଏ। ଫୁସଫୁସ ଖରାପ ଥିବା ଅବସ୍ଥାରେ ଫୁସଫୁସର କାର୍ଯ୍ୟକୁ ଏକମୋ ମେସିନ୍ ସହାୟତାରେ କରାଯାଇଥାଏ।

- Advertisement -

କୋଭିଡ୍ ଦୀର୍ଘମିଆଦି ଜଟିଳତା: କୋଭିଡ୍ ସଂକ୍ରମଣର ୩ ମାସ ବା ୧୨ ସପ୍ତାହ ପର୍ୟ୍ୟନ୍ତ ଛାତିବଥା, କାଶ ହେବା, ଧଇଁସଇଁ ହେବା, ରାତିରେ ନିଦ ନହେବା, ଆଦୌ ଭୋକ ନଲାଗିବା ତଥା ଅଧିକ ଭୋକ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଏହା କୋଭିଡ୍-ଦୀର୍ଘମିଆଦି ଜଟିଳତା ଭାବରେ ବିବେଚନା କରାଯାଏ। ମାନସିକ ଅବସାଦ, ଚିଡିଚିଡା ଲାଗିବା, କିଛି ବାଟ ଚାଲିଲେ ହାଲିଆ ହୋଇଯିବା ଏହାର ଲକ୍ଷଣ ହୋଇପାରେ।
ହାପି ହାଇପୋକ୍ସିଆ: ସେହିପରି ସଂକ୍ରମିତ ଥିବା ବେଳେ ଆକ୍ରାନ୍ତଙ୍କ ଅମ୍ଳଜାନ କମ୍ ରହିଥିଲେ ମଧ୍ୟ ବେଳେବେଳେ ଏହା ଅନୁଭବ ହୁଏ ନାହିଁ। ଏହାକୁ କୋଭିଡ୍ ଜନିତ ହାପି-ହାଇପୋକ୍ସିଆ କୁହାଯାଏ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories